କୋଦଳା,୨୯/୭(ସୂର୍ଯ୍ୟ ନାରାୟଣ ବଡୁ) : ଗଞ୍ଜାମ ଜିଲ୍ଲାରେ ବହୁମାତ୍ରାରେ ବଢିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ ।ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ରେ ବି ଵୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ଅଞ୍ଚଳର ଲୋକେ ବାହାର କୋଭିଡ ମେଡିକାଲ ଉପରେ ନିର୍ଭର ନ କରି ନିଜ ସହରରେ ହିଁ ଯେମିତି ରହି ଚିକିତ୍ସିତ ହୋଇପାରିବେ ସେଥି ନିମିତ୍ତ କୋଦଳା କଲ୍ୟାଣ ମଣ୍ଡପ ପରିସରରେ ଖୋଲିଛି “କୋଭିଡ କେୟାର ହୋମ “।କୋଦଳା ଏନଏସି କୋଭିଡ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ କୋଭିଡ ମନିଟର ଓ ଅଙ୍ଗନବାଡି କର୍ମୀଙ୍କ ସହାୟତା ରେ ପ୍ରତ୍ୟକ ୱାର୍ଡ ର ବ୍ଲଡ ପ୍ରେସର , ଡାଇବେଟିସ , କାଶ , ଜ୍ଵର ରେ ପିଡିତ ଥିବା ରୋଗି ଓ ବ୍ୟବସାୟୀଙ୍କୁ ଡାକି ସ୍ଵତନ୍ତ୍ର ଡାକ୍ତରୀ ଟିମ ସହାୟତା ରେ ସେମାନଙ୍କ ଆଣ୍ଟିଜେନ ଟେଷ୍ଟ ସହିତ ସ୍ବାବ କଲେକ୍ସନ ସୁବିଧା କରାଯାଇଥିବା ଜଣାପଡ଼ିଛି ।ବୁଧବାର କୋଦଳା ଅଞ୍ଚଳ ର ୧୧0ଜଣ ବ୍ୟବସାୟୀ ସମେତ ପଞ୍ଚାୟତର କିଛି ବ୍ୟକ୍ତିଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା।ଏହି ଟେଷ୍ଟ ପରେ ୫ଜଣଙ୍କ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।ଡାକ୍ତରଙ୍କ ପରାମର୍ଶ କ୍ରମେ ସେହି ବ୍ୟକ୍ତି ନିଜ ନିଜ ଘରେ ସ୍ଵତନ୍ତ୍ର ଭାବେ ରହିବା ପାଇଁ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଏହି କାର୍ଯକ୍ରମ ସୋମବାର ଠାରୁ ଆରମ୍ଭ ହୋଇଥିବା ଏବଂ ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶ ପର୍ଯନ୍ତ ଚାଲୁ ରହିବ ବୋଲି କୋଦଳା ଏନଏସି ସ୍ଵତନ୍ତ୍ର ଅଧିକାରୀ ପ୍ରକାଶ କରିଛନ୍ତି । ଏହି “କୋଭିଡ କେୟାର ହୋମ “ରେ ୨0ଶଯ୍ୟା ସହିତ ରୋଗୀ ମାନଙ୍କ ସମସ୍ତ ଆନୁସାନ୍ଗିକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।ଯେଉଁ ମାନଙ୍କ ଘରେ ସୁବିଧା ନ ଥିବ ସେମାନେ ଏହି କୋଭିଡ କେୟାର ହୋମରେ ରହିବା ପାଈଁ କହିଥିଲେ ।

















