ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

367
ADVERTISEMENT

ହିଞିଳିକାଟୁ,୨୯/୭ (ଶେଷଦେବ ସାହୁ ): ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ କିଆରିରେ ଟ୍ରାକ୍ଟର ଓଲଟି ଗାଡ଼ି ମଧ୍ୟରେ ଚାପି ହୋଇ ଡ୍ରାଇଭରଙ୍କ ମୃତୁ୍ୟ ଘଟିଛି । ମୃତକ ଡ୍ରାଇଭର ଜଣକ ହେଲେ ଦାରୁଭଦ୍ରା .ଗ୍ରାମର ରଙ୍କ ଦାସଙ୍କ ପୁଅ କାହ୍ନୁ ଦାସ (୩୦)। ଘଟଣାରୁ ପ୍ରକାଶ ହିଞିଳିକାଟୁ ବ୍ଳକ ଅନ୍ତତର୍ଗତ ଦାରୁଭଦ୍ରା ଗ୍ରାମରେ ଚାଷ ନିମନ୍ତେ ଟ୍ରାକ୍ଟର ଗାଡ଼ି ନଂଓଡ଼ି୦୭ ସି ୮୮୯୨ରେ କାହ୍ନୁ ଟ୍ରାକ୍ଟର ସାହାର୍ଯ୍ୟରେ ବିଲରେ କାଦୁଅ କରୁଥିବା ସମୟରେ ଅସାବଧାନତା ବସତ: ଗାଡ଼ିଟି ଓଲଟି ପଡ଼ିଥିଲା ।ଫଳରେ କାହ୍ନୁ ଗାଡ଼ି ତଳେ ଚାପି ହୋଇଯାିଥିଲେ ।ଆଖ ପାଖ ବିଲରେ କାମ କରୁଥିବା ଚାଷିମାନେ ଗାଡ଼ି ତଳୁ କାହ୍ନୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକଲକୁ ନେଇଯାିଥିଲେ ।ବ୍ରହ୍ମପୁରରେ ଚିକିତ୍ସିତ ଅବସ୍ତାରେ କାହ୍ନୁଙ୍କ ମୃତୁ୍ୟ ଘଟିଥିଲା ।ଏ ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୁଚନା ମିଳିଛି ।

Advertisement