Thursday, October 8, 2026
ADVERTISEMENT
Home ଆଞ୍ଚଳିକ ସଡଟାଉନକୁ ଗୁଜବକୁ ନେଇ ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ

ସଡଟାଉନକୁ ଗୁଜବକୁ ନେଇ ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ

178
ADVERTISEMENT

ପାରଳାଖେମୁଣ୍ଡି,୨୮/୭,(ପ୍ରଭାତ କୁମାର ପାତ୍ର) : ଗୁଜବକୁ ନେଇ ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ। ଆଗାମୀ ତିନି ଦିନ ସଟଡାଉନ ହେବା ନେଇ ହୋଇଛି ଗୁଜବ। ଗତ ଜୁନ ମାସର ୨୮ରୁ ୩୦ ତାରିଖରେ ଜିଲ୍ଲାରେ ହୋଇଥିବା ସଟଡାଉନ ଘୋଷଣାର ଏକ ପୁରୁଣା ଖବର ହୋଇଛି ଭାଇରାଲ। କିଛି ଖଳ ପ୍ରକୃତିର ଲୋକ ଏହାକୁ ଭାଇରଲ କରି ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଫଳରେ ରାସନ୍ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଲୋକଙ୍କ ଚଳପ୍ରଚଳ ବଢ଼ି ଯାଇଛି। ଫଳରେ ସଂକ୍ରମଣର ଆଶଂକା ବଢ଼ି ଯାଇଛି। ଯାହାକୁ ଦୃଷ୍ଟିରେ ରଖି ତୁରନ୍ତ ଜିଲ୍ଲାପାଳ ଏବଂ ଏସପି ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି ମିଥ୍ୟା ପ୍ରଚାରରେ ବିଶ୍ବାସ ନ କରିବାରୁ ଅପିଲ କରିଛନ୍ତି। ଅପରପକ୍ଷରେ କରୋନାକୁ ନେଇ ଅପପ୍ରଚାର ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ବିଭିନ୍ନ ହ୍ବାଟସପ ଏବଂ ସୋସିଆଲ ମିଡିଆରେ ବାରମ୍ବାର ସହରରେ ଏହିପରି ଅପପ୍ରଚାର ତଥା ନିୟମକୁ ଉଲଙ୍ଘନ ଅଭିଯୋଗ ହୋଇଆସୁଛି। ତେବେ ଏହାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

Advertisement