ବାଲିଗୁଡା ଠାରୁ ସିନ୍ଧିଗୁଡା ରାସ୍ତା କାମ ନିମ୍ନ ମାନର

232
ADVERTISEMENT

କନ୍ଧମାଳ,୨୯/୭ ଏଜେନସି :ବାଲିଗୁଡା ସିନ୍ଧିଗୁଡା ରାସ୍ତାରେ ନିମ୍ନ ମାନର କାମ ହୋଇଥବାରୁ ରାସ୍ତାର ଦୁଇପାଖ ମାଟି ଓ ପିଚୁ ମଧ୍ୟ ଧୋଇ ହୋଇଯିବା ଫଳରେ ସୁରକ୍ଷିତ ମନେ କରୁନାହାନ୍ତି ।ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଅଭିଯୋଗ ଏହି ରାସ୍ତାର କାମ ୨ବର୍ଷ ହେଲା ହେଲାଣି ଦେଖିବାକୁ ଗଲେ ରାସ୍ତାର ବିଭିନ୍ନ ଜାଗାରେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଆର.କେ.ଡ଼ି କନଷ୍ଟ୍ରକସନ ତିଆରି କରିଛି । ଏହାର ମରାମତି ପାଞ୍ଚ ବର୍ଷ ପର୍ଯ୍ୟନ୍ତ କରିବା କଥା ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବାର ଜଣା ପଡୁଛି ।ଏହି ରାସ୍ତାରେ ବାଲିଗୁଡା ଠାରୁ 24କିଲୋମିଟର ଦୂରରେ ଏକ ପେପେର ବୋଝେଇ ଟ୍ରକ ଭାରସମ୍ୟ ହରାଇ ଓଲଟି ଥିବାର ଦେଖିବାକୁ ମିଳିଥିଲା । ଏହି ରାସ୍ତାରେ ମଧ୍ୟ ଅଣଓସାରିଆ ହେଇଥିବାରୁ ଚଲାଇଲା ବେଳେ ବହୁତ କଷ୍ଟ ହେଉଥିବାରୁ ଏଭଳି ଦୁର୍ଘଟଣା ହେଉଛି ଗୋଟିଏ ମାସରେ ଏହି ଜାଗାରେ ଚାରିଥର ଦୁର୍ଘଟଣା ହେଲାଣି ଏହାର ମଧ୍ୟ ପଦକ୍ଷେପ ନିଆଯାଉନାହିଁ ବୋଲି ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି ।

Advertisement