Thursday, October 8, 2026
ADVERTISEMENT
Home ଆଞ୍ଚଳିକ କରୋନା ସଚେତନା : କାନ୍ଦି କାନ୍ଦି ନିବେଦନ କଲେ ତହସିଲଦାର

କରୋନା ସଚେତନା : କାନ୍ଦି କାନ୍ଦି ନିବେଦନ କଲେ ତହସିଲଦାର

315
ADVERTISEMENT

ପାରଳାଖେମୁଣ୍ଡି,୨୫/୭(ପ୍ରଭାତ କୁମାର ପାତ୍ର) : ଗଜପତିଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ।ଏହି ଅଂଚଳରେ ଲକ୍ଷାଧିକ ଲୋକ ଘାଟି ପାହାଡ଼ ଘେରା ମଧ୍ୟରେ39 ଟି ପଞ୍ଚାୟତ40 ବର୍ଗ କିଲୋମିଟର ଘେରା ମଧ୍ୟରେ ବାସ କରନ୍ତି।ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ କରୋନା ମୁକାବିଲା ନିମନ୍ତେ ଜିଲାପାଳ ଅନୁପମ ସାହା ସମ୍ପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ତହସିଲଦାର ମହାଶୟା ଦାୟିତ୍ୱ ଟିକୁ କର୍ତ୍ତବ୍ୟ ଭାବି ଗାଁ ଗାଁ ଦିନ ରାତ୍ର ବୁଲି ଲୋକଙ୍କୁ ସଚେତନ କରି ଚାଲିଥିବା ବେଳେ ଆଜି ଅଞ୍ଚଳରେ ଏକାଧିକ କରନା ରୋଗୀ ଛିନ୍ନଟ ହେବା ପରେ ଅଞ୍ଚଳକୁ ସଟଡ଼ାଉନ ଘୋଷଣା କରିବା ସମୟରେ ଲୋକଙ୍କ ଚାଳି ଚଳନ କୁ ଦେଖି କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ।ଏହିସମୟରେ ସେଠାରେ ଉପସ୍ଥିତ ଥିବା ଦେଖନା ହାରି ମଧ୍ୟ କାନ୍ଦୁଥିବା ଦେଖିବାକୁ ମିଳିଥିଲା।ଏହି ସମୟରେ ସେଠାରେ ଏକ୍ସ ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।ତହସିଲଦାର ଙ୍କ ଠାରୁ ଏହା ଦେଖି ବାଧ୍ୟରେ ସଚେତନ ହୋଇ ଘରେ ସୁରକ୍ଷିତ ରହିବେ ବୋଲି ଆଶା କରାଯାଉଛି।

Advertisement