ହିଂଜିଳିକାଟୁ,୨୯/୭(ଶେସଦେବ ସାହୁ ) : ହିଂଜିଳି ଥାନା ଗଣ୍ଡଳା ଗ୍ରାମ ବିଲ ସାହି ବାସିନ୍ଦା ସୁନ୍ଦରୀ ସେଠୀଙ୍କ ଘରେ ଶନିବାର ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୫ ଭରି ସୁନା ଅଳଙ୍କାର ଓ ନଗଦ ୧୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରାୟ ଲକ୍ଷାଧିକ ଟଙ୍କାର ଚୋରୀ ଯାଇଥିବା ଅଭିଯୋଗ ହୋଇଛି । ଶନିବାର ରାତିରେ ସୁନ୍ଦରୀ (ଘର ମାଲିକ)ଉକ୍ତ ସାହିରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ରାତି ପ୍ରାୟ ୧୧ରେ ସେ ଘରକୁ ଫେରିବା ପରେ ଦୁବୃର୍ତ ଚୋରୀ କରିଥିବା ଜାଣିଥିଲେ । ଘରର ବାରି କବାଟ ତାଡ଼ି ଦୁବୃର୍ତ ଘର ଭିତରେ ପଶି ଚୋରୀ କରିଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଶନିବାର ରାତିରେ ନିକଟସ୍ଥ ବେଲଗାଁରେ ୨ଘର ଉପରେ ଦୁର୍ବୃର୍ତ ମାନେ ଚୋରୀ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି । ବେଲଗାଁ ଓ ଗଣ୍ଡଳା ନିକଟରେ କିଛି ଅସାମାଜିକ ବ୍ୟକ୍ତି ଜୁଆ ଖେଳ ଲଗାଉଥିବାରୁ ଏପରି ଘଟଣା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଶନିବାର ସୁନ୍ଦରୀଙ୍କ ଘରୁ ଚୋରୀ ପରେ ଖବର ପାଇ ହିଂଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସୁନ୍ଦରୀଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇ ପୋଳଇସ ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି ।