ଡେଙ୍ଗାପଦରରେ କୃଷକ ସମାବେଶ ଓ କୃଷି କର୍ମଶାଳା

238
ADVERTISEMENT

ବ୍ରହ୍ମପୁର,୨୯/୭ ଏଜେନସି : ବ୍ରହ୍ମପୁର ଉପକଣ୍ଠ ଡେଙ୍ଗାପଦର ଗ୍ରାମ ଶିବ ମନ୍ଦିର ପରିସରରେ କପିଳେଶ୍ୱର ଯୁବକ ସଂଘ ଓ କୁୂକୁଡାଖଣ୍ଡି ବ୍ଳକ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଏକ କୃଷକ ସମାବେଶ ଓ କୃଷି କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ଏଥିରେ କୁକୁଡାଖଣ୍ଡି ବ୍ଲକର ବରିଷ୍ଟ ସହକାରୀ କୃଷି ଅଧିକାରୀ ଅଜିତ ମହାପାତ୍ର, ବି.ବି. ବେହେରା ଓ ଆଗ୍ରୋ ଇନ୍ସୁ୍ୟରାନ୍ସର ଦଣ୍ଡପାଣି ମିଶ୍ର ପ୍ରମୁଖ ଯୋଗଦେଇ କୃଷକମାନଙ୍କୁ ଚିନାବାଦାମ, ସୂର୍ଯ୍ୟମୁଖୀ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ କୃଷକମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ନେବା ପାଇଁ ସଚେତନ କରାଇଥିଲେ । ଏଥିରେ କପିଳେଶ୍ୱର ଯୁବକ ସଂଘର ସଭାପତି ଦାଶରଥି ପଣ୍ଡା ଓ ସମ୍ପାଦକ ଶୁଭେନ୍ଦୁ ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ସମାବେଶରେ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ ।

Advertisement