Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ରେଡ଼ଜୋନ ହେଲା ଗୌଡ଼ ସାହି, ଏହାକୁ ନେଇ କୋଭିଡ ମନିଟରଙ୍କ ପ୍ରସ୍ତୁତି

ରେଡ଼ଜୋନ ହେଲା ଗୌଡ଼ ସାହି, ଏହାକୁ ନେଇ କୋଭିଡ ମନିଟରଙ୍କ ପ୍ରସ୍ତୁତି

208
ADVERTISEMENT

କୋଦଳା, ୨୩/୭(ସୂର୍ଯ୍ୟନାରାୟଣ ବଡୁ) :ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ଅହେତୁକ ବ୍ରୂଦ୍ଧିକୁ ଚିନ୍ତାରେ ପ୍ରାଶାସନ । କୋଦଳା ଏନଏସିରେ ମଧ୍ୟ ବ୍ରୂଦ୍ଧି ପାଇଛି ପଜେଟିଭ ସଂଖ୍ୟା ।ପୂର୍ବରୁ ward no 7ଓ 10 ରେଡ଼ଜୋନ ଭାବେ ଘୋଷଣା ହୋଇଥିବା ବେଳେ ବୂଧବାର ward no 2 କୁ ରେଡ଼ଜୋନ ଭାବେ ଘୋଷଣା କରାଯାଇ ଗୌଡ଼ ସାହିର ଉଭୟ ପଟେ ବାରିକେଟ ବନ୍ଧାଯାଇଛି । ଏହାକୁ ପ୍ରତିହତ କରିବା ପାଈଁ ପ୍ରଶାସନ ସ୍ତରରେ ତତ୍ପରତା ବ୍ରୂଦ୍ଧି ପାଇଛି । ଲୋକଙ୍କୁ ସଚେତନ କରିବା ପାଇଁ ବିଭି୍ନ୍ନ ପ୍ରକାର ପନ୍ଥା ଆପଣେଇଛି କୋଦଳା ପ୍ରଶାସନ । ଲୋକମାନଙ୍କୁ କରୋନା ପଜେଟିଭ ବାହାରିଲେ ସେମାନଙ୍କୁ ଅନ୍ୟତ୍ର ମେଡିକାଲକୁ ସ୍ତାନାନ୍ତର ନ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା କଲ୍ୟାଣ ମଣ୍ଡପ ପରିସରରେ ଖୋଲିଛି “କୋଭିଡ କେୟାର ହୋମ”।ଏଠାରେ ରୋଗୀଙ୍କ ଆଣ୍ଟିଜେନ ଟେଷ୍ଟ ସହିତ ସ୍ବାବ ଟେଷ୍ଟ ସମେତ 20କରୋନା ରୋଗୀ ରହିବ ସୁବିଧା ହୋଇଛି ।ପ୍ରତ୍ୟକ ଦିନ କୋଭିଡ ମନିଟର ମାନେ ସେମାନଙ୍କ କାର୍ଯ୍ୟ ସୁଚାରୁ ରୁପେ ତୁଲାଉଛନ୍ତି ।ଶୁକ୍ରବାର ସମସ୍ତ ward ମଧ୍ୟରୁ ରୂ କରୋନା ଲକ୍ଷ୍ଯଣ ଥିବା କିମ୍ଵା ବ୍ଲଡପ୍ରେସର , ଡାଇବେଟିସ ରୋଗୀଙ୍କୁ କୋଭିଡ କେୟାର ହୋମ କୁ ଆଣି ଟେସ୍ଟିଙ୍ଗ କରି ସେମାନଙ୍କୁ ଛାଡିବା ,ମାସକ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖିବା ପାଈଁ ଲୋକମାନଙ୍କୁ ସଚେତନ କରିବା ,ପୋଖରୀ ରେ ଗାଧୋଇବାକୁ ବାରଣ କରିବା , ବାରମ୍ବାର ସାବୁନରେ ହାତ ଧୋଇବା , ସାଧାରଣତଃ ବ୍ୟବସାୟୀ ମାନଙ୍କ ନିକଟକୁ ଯାଇ ସେମାନଙ୍କୁ ପଚାରି ବୁଝି ସିସିହେଚ କୁ ପଠାଇବା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଓ କବିରାଜ ଆର୍ଯ୍ୟଙ୍କ ତତ୍ଵାବଧାନରେ ଉକ୍ତ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ 13ଜଣ କୋଭିଡ ମନିଟର ସମେତ ଏନଏସି କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା , ସ୍ୱପ୍ନ କୁମାର ସାହୁ ଓ ଧୀରଜ କୁମାରଂ ପାତ୍ର ଉପସ୍ଥିତ ଥିଲେ ।2,7ଏବଂ 10ward କୁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ମନିଟର ମାନଙ୍କୁ କୁହାଯାଇଥିଲା ।

Advertisement