Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାରେ ବଡ ମୁଣ୍ଡ ନେଉଛି କରୋନା

ଜିଲ୍ଲାରେ ବଡ ମୁଣ୍ଡ ନେଉଛି କରୋନା

208
ADVERTISEMENT

ଗଜପତି, ୨୩/୭(ପ୍ରଭାତ ପାତ୍ର ) : ଜିଲ୍ଲାରେ ବଡ ମୁଣ୍ଡ ନେଉଛି କରୋନା। ପୁର୍ବରୁ ଜଣେ ବରିଷ୍ଠ ସାମ୍ବାଦିକ, ଜିଲ୍ଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀଙ୍କ ମୁଣ୍ଡ ନେଇଥିବା କୋରନା ଏବେ ଜିଲ୍ଲାର ପ୍ରଥମ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ମୁଣ୍ଡ ଗିଳିଛି କରୋନା। ଆଗ ଧାଡିର କୋରନା ଯୋଦ୍ଧା ପରିଗଣିତ କୋଭିଡ କେର ସେଣ୍ଟରର ପରିଚାଳନା ଦାୟିତ୍ୱ ତୁଲାଉଥିବା ପ୍ରଶାସନିକ ଅଧିକାରୀ କରୁଣାକର ରାଇକାଙ୍କ ଏବେ କୋରନା ଜନିତ ମୃତ୍ୟୁ ଘଟିଛି । ଏବେବି ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ କୋରନା ଦ୍ୱାରା ଆକ୍ରାନ୍ତ ହୋଇ ଜୀବନ ସହ ଲଢେଇ ଜାରି ରଖିଛନ୍ତି। କୋରନା ଯୋଦ୍ଧାଙ୍କ ମନ ବଳ ସଦୃଢ କରିବା ପାଇଁ ସରକାର ପ୍ରୋତ୍ସାହନ ଓ ସହାୟତା ରାଶି ଘୋଷଣା କରିଛନ୍ତି। କୋଭିଡ ନିୟମ କାର୍ଯକାରୀ କରିବା ପାଇଁ ଜୀବନକୁ ବାଜି ଲଗାଇ ଦିନରାତି କାମ କରୁଛନ୍ତି ଏମାନେ। କିନ୍ତୁ ଏବେ ଅଦୃଶ୍ୟ କୋରନାର କବଳରେ ଅଧିକାଂଶ ଆଗଧାଡ଼ିର କୋରନା ଯୋଦ୍ଧା । ଧିରେ ଧିରେ କାୟା ବିସ୍ତାର କରି ଚାଲିଥିବା କୋରନା ଅଧିକରୁ ଅଧିକ ସଂଖ୍ୟକ କୋରନା ଯୋଦ୍ଧାଙ୍କୁ କବଳିତ କରୁଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୦ କୋରନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି, ଯାହା ସଭିଙ୍କୁ ଚକିତ କରୁଛି।

Advertisement