Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଶ୍ରାବଣରେ ଶୁଖିଲା ଜମି , ବର୍ଷା ଖୋଜିଖୋଜି ଚାଷି ନୟାନ୍ତ

ଶ୍ରାବଣରେ ଶୁଖିଲା ଜମି , ବର୍ଷା ଖୋଜିଖୋଜି ଚାଷି ନୟାନ୍ତ

386
ADVERTISEMENT

କୋଦଳା,୨୨/୦୭(ସୂର୍ଯ୍ୟନାରାୟଣ ବଡୁ) : ଧାରା ଶ୍ରାବଣ ଆଜି ଶୁଷ୍କ ଶ୍ରବଣ । ଶ୍ରବଣ ରେ ସ୍ୱଳ୍ପ ବର୍ଷା ରେ ଶୁଖିଲାପଡିଛି ଚାଷ ଜମି ।ବର୍ଷାକୁ ଚାହିଁ ଚାହିଁ ଆଜି ଚାଷୀକୂଳ ଚିନ୍ତାରେ । ସତେ ଯେମିତି ବର୍ଷା ଚୋରି ହୋଇଯାଇଛି ।ଠିକ ସମୟରେ ମୌସୁମୀ ପ୍ରବେଶ କରିଥିବା ଯୋଗୁ ଚାଷି ଖୁଷିରେ ଅଧିର ହୋଇଯାଇ ଏହି ବର୍ଷ ଭଲରେ ଚାଷକାର୍ଯ୍ୟ ସାରି ଭଲ ଦୁଇପଇସା ରୋଜଗାର କରିବା ସହିତ ପରିବାର ମଧ୍ୟ ଚଳାଇ ପାରିବ ବୋଲି ଆଶା ରଖିଥିଲା । ସେହି ସମୟରେ ଅର୍ଦ୍ଧାଧିକ ଚାଷି ତଳି ପକାଇଥିବା ବେଳେ ଅବଶିଷ୍ଟ ଚାଷୀ ରଜକୁ ଅନାଇବସିଥିଲେ । କିନ୍ତୁ ରଜ ବେଳକୁ ବର୍ଷାର ପ୍ରଭାବ ବଢିଯାଇଥିଲା । ତଳି ପକାଇଥିବା ଚାଷୀ ଯେନତେନ ପ୍ରକାରେ ରୁଆ ରୂଇ କାର୍ଯ୍ୟ ସାରିଦେଈଥିବା ବେଳେ ତଳି ନ ପକାଇଥିବା ଚାଷି ବରଡି ତଳି ପକାଇଥିଲେ । ବାରମ୍ବାର ବରଷାରେ ବରାଡି ଚାଷ ବିହନ ଗଜା ନ ହୋଇ ପୋଚା ହୋଇ ନଷ୍ଟ ହୋଇଯାଇଥିଲା । ପରେ ପରେ ବର୍ଷା ରାହା ଆଉ ଦେଖାନାହି । ଚାଷ କାର୍ଯ୍ୟ ସାରିଥିବା ଲୋକଙ୍କ ପାଣି ଅଭାବରୁ ଜମି ଫାଟିଆ କରିଥିବା ବେଳେ ରୁଆ ଧାନ ଗଛ ହଳଦିଆ ରଙ୍ଗ ହୋଇ ପୋଡିବା ଉପରେ ସେପଟେ କାର୍ଯ୍ୟ ଆରମ୍ଭ ନ କରିଥିବା ଲୋକେ ତଳି ଖୋଜାରେ ବ୍ୟସ୍ତ ରହିଲେ । ଏହାରି ଭିତରେ ଯାହାର ସୁବିଧା ହେଲା ମୋଟର ଲଗାଇ କିମ୍ଵା ଅନ୍ୟ ଉପାୟରେ ଚାଷ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାଣି ସୁବିଧା ନ ଥିବା ଜମି ଫାଟି ମାନଚିତ୍ର ସଦ୍ରୁଶ୍ଯ ଦେଖାଗଲାଣି ।ଏହାରି ଭିତରେ ସାରର ଅଭାବୀ ବିକ୍ରି । କଣ କରିବେ ଚାଷି ଏପଟେ ମହାମାରୀ କିଲ୍ଲର କରୋନା ଭୟରେ ଘରୁ ବଜାରକୁ ଯାଇ ପାରୁନି ଚାଷି । ସେପଟେ ଲକଡାଉନ ଓ ସଟଡାଉନରେ କଳାବଜାରୀ ଲୁଚାଛପାରେ ଚଢ଼ା ଦରରେ ସାର ବିକ୍ରି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ବର୍ଷାର ଲୁଚକାଳି ଖେଳକୁ ସରକାରୀ ସାରର ଅଭାବୀ ଚାଷି ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଯଦି ଆଉ କିଛିଦିନ ଏପରି ପାଗ ରୁହେ ତାହାହେଲେ ସବୁଜ କ୍ଷେତ ଯାଗାରେ କେବଳ ପାଳ ହିଁ ସଂଗ୍ରହ ହେବ । ଚାଷି କେମିତି ବଂଚିବେ ? ଆଉ ଉପାୟ ବି କିଛି ନାହିଁ ।ଭଗବାନ ହିଁ ଭରସା । ଯେଉଁଠାରେ କେନାଲ ସୁବିଧା ଅଛି ସେଠାରେ ନିର୍ମିତ ହୋଇଥିବା ଚେକଡ୍ୟାମ ଭାଙ୍ଗି ନଷ୍ଠ ହୋଇଗଲାଣି ।କେଉଁଠି ସମୁଦ୍ର ଭଳି ପାଣି ତ କେଉଁଠି ଶୁଷ୍କ ମରୁଭୂମି ।ଦେଖିବାକୁ କୌଣଷି ସରକାରୀ ବାବୁଙ୍କ ଆନ୍ତରିକତା ଯେମିତି ନାହିଁ ।

Advertisement