କନ୍ଧମାଳ,୨୯/୭ ଏଜେନସି : ବାଲିଗୁଡାରେ ୨୮/୭ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯନ୍ତ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତlହ ପାଳନ କରା ଯାଉଛି । ସରକାରୀ ଗାଡି ଗୁଡିକୁ ମାଓବାଦୀ ମାନେ ଜାଳି ଦେଉଥିବା ବହୁ ନଜିର ରହିଛି, ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଛି ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ, ଆଜି ରବିବାର ଠାରୁ ବାଲିଗୁଡା ଦେଇ ଯାଉଥିବା ସମସ୍ତ ସରକାରୀ ବସ ଯାତାୟତ ବନ୍ଦ ରହିଛି । ବାଲିଗୁଡା ଦେଇ ଯାଉଥିବା ଫୁଲବାଣୀ ଠାରୁ ବେଲଘର, ଲଣ୍ଡାଗାଁ, ଲଙ୍କାଗଡ଼, ଜୟପୁର,ଓ ଭୁବନେଶ୍ୱର ଠାରୁ ଭବାନୀ ପାଟଣା, କୋରାପୁଟ ସୁନାବେଡା, ଯାଉଥିବା ଉଭୟ ପଟର ବସ ଯାତାୟତକୁ ଓଏସଆରଟିସି ତରଫରୁ ସପ୍ତାହ ପର୍ଯନ୍ତ ବନ୍ଦ କରି ଦିଆ ଯାଇଥିବା ବିଷୟ ସ୍ଥାନୀୟ ଶାଖା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ଘରୋଇ ବସଗୁଡିକ ଯାତାୟତ କରୁଥିବା ଜଣାପଡିଛି, ଏ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇ ଥିବା ବିଷୟ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି । ଏହା ଫଳରେ ବିଭିନ୍ନ ସ୍ଥାନକୁ ଯାତାୟାତ ବାଧା ପ୍ରାପ୍ତ ହେବା ସହ ଯାତ୍ରୀ ମାନେ ନାନା ହଇରାଣ ହେବାର ଆଶଙ୍କା ଦେଖା ଦେଇଛି ।

















