Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କରୋନା ଭୂତାଣୁ ସଂକ୍ରମଣ ଭୟଯୋଗୁଁ ହଜିଯାଉଛି ମାନବିକତା

କରୋନା ଭୂତାଣୁ ସଂକ୍ରମଣ ଭୟଯୋଗୁଁ ହଜିଯାଉଛି ମାନବିକତା

ଅସୁସ୍ଥତା ଥିବା ବ୍ୟକ୍ତିଙ୍କୁ ସାହି ପଡୋଶୀଙ୍କ ସାହାଯ୍ୟ ନ ମିଳିବାରୁ:ଭଗବାନଙ୍କ ପ୍ରାଣବାୟୁ ଚାଲିଗଲା

211
ADVERTISEMENT

ବ୍ରହ୍ମପୁର,୨୦/୭(ସୁଦାମ ମହାରଣା): ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଞ୍ଚଳର ଚାଙ୍ଗୁଡିଆପଦର ଭଗବାନ ସେନାପତି ବୟସ ପ୍ରାୟ 55 କରୋନା ସଂକ୍ରମଣ ପୂର୍ବରୁ ବିଭିନ୍ନ ରୋଗରେଥିବା ଅବସ୍ଥାରେ ମେଡିକାଲ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିଆସୁଥିଲେ l ଚଳିତ ଜୁଲାଇ 5 ତାରିଖ ରେ ଜ୍ୱର ଆସିବାରୁ ସେ ପ୍ରଥମେ ପୁରୁଷୋତ୍ତମପୁର ସ୍ୱାସ୍ଥ୍ୟବିଭାଗ କୁ ଯାଇଥିବା ବେଳେ ସେଠାକାର ଡାକ୍ତର ଓ କର୍ମଚାରୀଙ୍କୁ କରୋନା ପଜିଟିଭ ରିପୋର୍ଟ ଥିବାରୁ ମେଡିକାଲ ଗେଟରେ ତାଲା ଝୁଲୁଥିବା ଦେଖି ନିକଟସ୍ଥ ସହର କବିସୂର୍ଯ୍ୟନଗର ମେଡିକାଲ ଯାଇଥିଲେ ସେଠାକାର ଡାକ୍ତର ପରାମାର୍ଶ ଦେଲେ ଯେ ଗରମପାଣି.ଲୁଣ, ଲେମ୍ବୁରସ ମିଶାଇ କିଛି ଦିନପିଇ ଘରେ ରେଷ୍ଟ ନିଅ ବୋଲି କହିଥିଲେ ଡାକ୍ତର l ସେଠୁ ଡାକ୍ତରଙ୍କ ପରାମର୍ଶ ସହିତ. ସୁଗର, ହାଇବିପି,ଶ୍ୱାସ ରୋଗର ମେଡ଼ିସିନ ଖାଉଥିଲେ କିନ୍ତୁ ଚଳିତ 14 ରେ ଦେହ ଅସୁସ୍ଥତା ଅନୁଭବ କରିବାରୁ ସେ ନିଜେ ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟାଳୟ କୁ ଯାଇ ଅସୁସ୍ଥତା ର ଲକ୍ଷଣ ଥିବାବିଷୟରେ କହିଥିଲେ l ସେଠୁ ଏନଏସି କର୍ମଚାରୀ ମାନେ ହେଲଥ ସ୍କିନର ଡାକ୍ତରୀଟିମ ସହିତ ଯୋଗାଯୋଗ ପରେ ସ୍ୱାବ ଟେଷ୍ଟପାଇଁ ଡକାଯିବ କହି ସେହିବ୍ୟକ୍ତି କୁ ନିଜ ଘରକୁ ପଠାଇଦେଇଥିଲେ l 15 ତାରିଖ ରେ ସ୍ୱାବ ଟେଷ୍ଟ ପାଇଁ ଡକାଇ ହିଞ୍ଜିଳିକାଟୁ ଠାରେ ସ୍ୱାବ ସଂଗ୍ରହ କରିବା ପରେ ପୁଣି ଘରେ ଛାଡିକି ଆସିଥିଲେ l ରିପୋର୍ଟ ଆସିବା ପୂର୍ବରୁ 16 ତାରିଖରେ ଅପରାହ୍ନ ରେ ଦେହ ଗୁରୁତ୍ୱପୂର୍ଣ ହେବାରୁ ଭଗବାନ ସେନାପତିଙ୍କ ଧର୍ମପତ୍ନୀ ନିଜ ସାହିରୁ ସମ୍ପକ୍ରିୟ ଓ ସାହିପଡୋଶୀ ମେଡିକାଲ କୁ ନେବାପାଇଁ ସାହାଯ୍ୟ ମାଗିଥିଲେ ସୁଦ୍ଧା କେହି ଜଣେବି ଲୋକ ମେଡିକାଲ କୁ ନେବାପାଇଁ ଆଗକୁ ଆସିନଥିଲେ l ସେଠୁ ବ୍ରହ୍ମପୁର ରେ ରହୁଥିବା ପୁଅକୁ ଫୋନ କରି କହିବାରୁ ସାହି ପଡୋଶୀ ମାନେ ସ୍ଥାନୀୟ ପ୍ରଶାସନଶନିକ ଅଧିକାରୀ ଏହି ବିଷୟରେ ଅବଗତ କରିବା ସହିତ 108,104.ଗାଡି କୁ ଫୋନ ଜରିଆରେ ଜଣାଇଥିଲେ ସୁଦ୍ଧା କରୋନା ସଂକ୍ରମଣ ଯୋଗୁଁ କୌଣସି ଲୋକ ଅସୁସ୍ଥଥିବା ଲୋକ ପାଖକୁ ଯାଇ ନଥିଲେ l ଏତିକି ମଧ୍ୟର ଚାଙ୍ଗୁଡିଆପଦର ସାହିର ଏକ୍ସ କାଉନସିଲର ଅଶୋକ କୁମାର ମହାଙ୍କୁଡ ଙ୍କୁ ଫୋନ ଦ୍ୱାରା ଜଣାଇବା ପରେ ଖବର ପାଇ ତତ ସଙ୍ଗେ ସଙ୍ଗେ ଘଟଣା ସ୍ଥଳେ ପହଁଞ୍ଚି ଉକ୍ତ ରୋଗୀଙ୍କ ଘରକୁ ଯାଇ ଅନୁସନ୍ଧାନ କରି ସ୍ଥାନୀୟ ତହସିଲଦାର ଅରୁଣ କୁମାର ନାୟକ ସହିତ ରୋଗର ଲକ୍ଷଣ ବିଷୟରେ ଫୁଙ୍କାନୁ ଫୁଙ୍କ ଆଲୋଚନା କରବାର କିଛି ସମୟ ପରେ ଏକ 108 ଗାଡି ସାହୀକି ଆସିଥିବା ସ୍ଥଳେ ରୋଗର ଲକ୍ଷଣ ସମ୍ବନ୍ଧୀୟ ଆଲୋଚନା କରି ଗୁରୁତ୍ୱପୂର୍ଣ ଥିବା ଭଗବାନଙ୍କୁ ସେହି ସମୟରେ ଅସ୍କସିଜିନର ଆବଶ୍ୟକଥିବା ମେଡିକାଲ କୁ ନେବାପାଇଁ ମନାକରି କହିଲା104 କୁ ଡାକି କୋଭିଡ ଗାଡି ଆସିଲେ ତାଙ୍କୁ ନେବ ବୋଲି କହି 108 ଫେରି ଗଲା l ସେଠୁ ପୁଣି ତହସିଲଦାରଙ୍କ ସହିତ ଆଲୋଚନା ପରେ 104 ବନ୍ଦବସ୍ତ କରିଥିଲେ l କିଛି ସମୟରେ କୋଭିଡି ଗାଡି ପହଁଞ୍ଚିବା ପୂର୍ବରୁ ଗୁରୁତ୍ୱଥିବା ଭଗବାନଙ୍କ ଚେତାଶୂନ୍ୟ ହୋଇଥିବାରୁ ତାଙ୍କୁ ଗାଡିକୁ ଆଣିବା ଅସୁବିଧା ହେବା ତାଙ୍କର ଧର୍ମପତ୍ନୀ ତାଙ୍କର ସ୍ୱାମୀକୁ କୋଭିଡି ଗାଡି ଭିତରୁ କୁ ଆଣିବା ପାଇଁ ସାହି ପଡୋଶୀ କାକୁତି ମିନତୀ ହାତ ଯୋଡି ଅନୁରୋଧ କରିଲେ ସୁଦ୍ଧା କରୋନା ଭୟରେ କୌଣସି ଲୋକେ ଗୁରୁତରକୁ ମେଡିକାଲ ନେବାରେ ସାହାଯ୍ୟର ହାତ ବଢ଼ାଇଲେ ନାହିଁ l ସାହି ପଡୋଶୀଙ୍କ ଭିଡ଼ ପଣିଆ ଦେଖିବା ପରେ ପୂର୍ବତନ ବିଜେଡି କାଉନସିଲ ତଥା ସାମ୍ବାଦିକ-ଅଶୋକ କୁମାର ମହାଙ୍କୁଡ ନିଜର ପରିବାରକୁ ଜଳାଞ୍ଜଳି ଦେଇ କୋଭିଡି ଗାଡ଼ିରୁ ଡ୍ରାଇଭରକୁ ଏକ ମୁଣ୍ଡ ଓ ମୁଂହକୁ ଘୋଡାଇବା ଢାଙ୍କୁଣି କେପ, ପିନ୍ଧିବା ସହିତ ହାତରେ ଗ୍ଲୋବସ୍କ ପିନ୍ଧି ଗୁରୁତ୍ୱ ଭଗବାନଙ୍କ ଧର୍ମପତ୍ନୀଙ୍କ ସହିତ ମିସି ଗୁରୁତ୍ୱଙ୍କ ଅଧିକଓଜନ ଯୋଗୁଁ ଘର ଭିତରୁ ଘୋଷାଡ଼ି ଘୋଷାଡ଼ି କୋଭିଡି ଗାଡି ପାଖକୁ ଆଣିବା ପରେ ମଧ୍ୟ ଗାଡିକୁ ଗୁରୁତ୍ୱକୁ ଉଠେଇ ପାରିନଥିଲେ ଏତିକି ଘଟଣା ପରେ ଜଣେ ସମ୍ପକ୍ରିୟ ପୁତୁରା ଆସିକି ହାତ ମିଶାଇବା ପରେ ଗୁରୁତର ଗାଡିକୁ ଉଠାଯାଇଥିଲା l କୋଭିଡ ଡ୍ରାଇଭ ମଧ୍ୟ ଗୁରୁତ୍ୱକୁ ଗାଡିକୁ ଉଠାଇବା ପାଇଁ ସାହାଯ୍ୟ ର ହାତ ବଢ଼ାଇନଥିଲା l ଯାହା ଦ୍ୱାରା ସାହି ଲୋକମାନେ ଦେଖାଣି ହାରିହୋଇଥିଲେ l ଏଠି ଲୋକମାନେ ନିଜର ମଣିଷ ପଣିଆ ସହିତ ନିଜର ମାନବିକତା ହଜେଇସାରିଲେଣି l ଯାହା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କର କୋଭିଡି ପହଁଚିବାର କିଛି ଘଣ୍ଟା ମଧ୍ୟ୍ୟ ରେ ପ୍ରାଣ ଚାଲିଗଲା l . ଲୋକେ ଡାକ୍ତରଙ୍କୁ ଦେବତା ରୂପେ ପୁଜାକରୁରଥିବା ବେଳେ ଡାକ୍ତର କିନ୍ତୁ ନିଜର ଜୀବନକୁ ସୁରକ୍ଷା ରଖିବା ଚିନ୍ତାରେ ରୋଗୀ ମାନଙ୍କୁ ଚିକିତ୍ସା କରୁନାହାନ୍ତି ଯାହା ଦ୍ୱାରା ଲୋକେ ମାନେ ପୋକ ମାଛି ପରି ମୃତ୍ୟୁମୁଖରେ ପଡ଼ୁଛନ୍ତି l ଏପଟେ ସରକାରଙ୍କ ତରଫରୁ ଡାକ୍ତର ଙ୍କୁ କୋଭିଡି ଯୋଦ୍ଧା ରୂପେ ଘୋଷଣା କରିଛନ୍ତି ଯାହାର ରୋଗୀଙ୍କ ସେବା କରିବା ସେ ତ କରୋନାଙ୍କୁ ଡରି ମେଡିକାଲକୁ ତାଲା ପକାଇବା ଫଳରେ ଲୋକଙ୍କୁ ଚିକିତ୍ସା ମିଳିପାରୁନି ଏଣୁ ଚିନ୍ତାରେ ଅନେକ ଲୋକେ ଜୀବନ ହରାଇ ସାରିଲେଣି l ଏଣୁ ଓଡିଶା ସରକାରଙ୍କୁ ମୋର ଗୋଟାଏ ଅନୁରୋଧ ଯେ ଯେଉଁ କୌଣସି ରୋଗହଉନା କାହିଁକି ଡାକ୍ତର କର୍ତବ୍ୟ ରୋଗୀ ସେବାକରିବା l ତେଣୁ ଡାକ୍ତରଖାନା ରେ ଚିକିତ୍ସା କରିବା ପାଇଁ କଡା ନିର୍ଦେଶ ଦେବା ପାଇଁ ସମସ୍ତ ଜିଲ୍ଲାର ମେଡିକାଲର ସୁପେରଟ୍ରେଡେଣ୍ଟ ନିର୍ଦେଶ ଦେବା ପାଇଁ ଗ୍ରାମ ବାସି ମାନେ ଅନୁରୋଧ କରିଛନ୍ତି ।

Advertisement