Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ସହରର ପ୍ରବେଶ ପଥ ସିଲ୍ :ପୁଲିସ ପ୍ରଶାସନ ପକ୍ଷରୁ ଯାଂଚ କଡ଼ାକଡ଼ି

ସହରର ପ୍ରବେଶ ପଥ ସିଲ୍ :ପୁଲିସ ପ୍ରଶାସନ ପକ୍ଷରୁ ଯାଂଚ କଡ଼ାକଡ଼ି

728
ADVERTISEMENT

ହିଞ୍ଜିଳିକାଟୁ, ୧୪ା୭ (ଶେଷଦେବ ସାହୁ): : କରୋନା ପ୍ରଭାବରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସ୍ଥାନୀୟ ଅଂଚଳରେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ନେଇ ସ୍ଥାନୀୟ ପୌର ପ୍ରଶାସନୂ ପକ୍ଷରୁ ଗତ ୨୮ ତାରିଖ ଠାରୁ ପୌରାଂଚଳର ୪ଟି ୱାଡର଼୍, ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତା ଓ ୩୬ ନଂ ରାଜ୍ୟ ରାଜପଥ ତରାତରିଣୀ ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ୩ କିମି ପରିଧି ପର୍ଯ୍ୟନ୍ତ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୯ଟି ଗ୍ରାମାପଂଚାୟତକୁ କେଂଟନମେଂଟ ଓ ୩ ପଂଚାୟତକୁ ବଫରଜୋନ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲାରେ ବାଇକ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିଦେ୍ର୍ଧଶନାମା ଜାରି କରିଛନ୍ତି । ତଥାପି କିଛି ଅମାନିଆ ବିନା କାରଣରେ ବାଇକ ଧରି ସହରସାରା ଚକ୍କର କାଟୁଥିବାର ନଜିର ରହିଛି । ଅମାନିଆଙ୍କୁ ସାବାଡ଼ କରିବା ଲକ୍ଷ୍ୟରେ ମଙ୍ଗଳବାର ହିଞ୍ଜିଳି ପୁଲିସ ଆକ୍ସନ ମୁଡ଼ରେ ବାହାରିଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସହରର ଆରଏମସି ଓ ଖଣ୍ଡରା ଛକରେ ନାକାବନ୍ଦୀ କରାଯିବା ସହ ପ୍ରବେଶ ପଥକୁ ସମ୍ପୁର୍ଣ୍ଣ ସିଲ୍ କରି ଦିଆଯାଇଛି ଏବଂ ଯାନବାହାନ ଯାଂଚକୁ କଡ଼ାକଡ଼ି କରାଯାଇଛି । କେବଳ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ବାଦ ଦେଇ ଅନ୍ୟ ସମସ୍ତ ବାଇକ ଚାଳକଙ୍କୁ ଥାନାରେ ଅଟକ ରଖାଯିବା ସହ ଜୋରିମାନା ଆଦାୟ କରାଯାଉଛି । ଜୋରିମାନା ବାବଦରେ ପ୍ରାୟ ୧୬ ହଜାର ଟଙ୍କା ଆଦାୟ କରାଯାଇଥିବା ଥାନା ଆଇଆଇସି ଦାସଙ୍କ ସୁତ୍ରରୁ ପ୍ରକାଶ । ଜରୁରୀ କାର୍ଯ୍ୟ ଦର୍ଶାଇ ଯାତାୟତ କରୁଥିବା ବ୍ୟକ୍ତିଙ୍କ ନାମ, ଠିକଣା ଲିପିବଦ୍ଧ କରାଯାଉଛି । ପୁଲିସ ଡ଼ିଏସପି ତଥା କୋଭିଡ଼ ମନିଟର ହିମାଂଶୁ ବେହେରା ମଙ୍ଗଳବାର ହିଂଜିଳିରେ ପଂହଚି କାର୍ଯ୍ୟର ତଦାରଖ କରିଥିଲେ । ଏଥି ସହ ଥାନା ଭାରପ୍ରାପ୍ତ ଅଧିକାରୀ ଦାସଙ୍କ ନେତୃତ୍ୱରେ ପୋଳିସ ବାହୀନି ସ୍ଥାନୀୟ ପୌରାଂଚଳର ବ୍ଳକ ଛକ, ଖଣ୍ଡରା ଛକ, ବିଜୁ ପଟ୍ଟନାୟକ ଛକ, ହିଂଜିଳି କାଳୀ ମନ୍ଦିର ଛକରେ ପୁଲିସ ବାହୀନୀ ଉପସ୍ଥିତ ରହି ଯାନବାହାନ ଯାଂଚ କଡ଼ାକଡ଼ି କରୁଥିବାର ଦେଖିବାକୁ ମିଳିଥିଲା । ୨ଟି ପୁଲିସ ଗାଡ଼ି ସ୍ଥାନୀୟ ଥାନା ଅଂଚଳର ସମସ୍ତ ଗ୍ରାମରେ ପେଟ୍ରୋଲିଂ କରିବା ସହ ଡ଼ାକବାଜି ଯନ୍ତ୍ର ସହାୟତାରେ ଜନ ସଚେତନତା କରୁଥିବାର ଦେଖିବାକୁ ମିଳିଛି ।

Advertisement