Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ହିଞ୍ଜିଳି ରେଡ଼୍ ଜୋନ ଅଂଚଳରେ କୋଭିଡ଼ ମନିଟରିଂ କମିଟି ସହ ଜିଲ୍ଲାପାଳଙ୍କ ଆଲୋଚନା

ହିଞ୍ଜିଳି ରେଡ଼୍ ଜୋନ ଅଂଚଳରେ କୋଭିଡ଼ ମନିଟରିଂ କମିଟି ସହ ଜିଲ୍ଲାପାଳଙ୍କ ଆଲୋଚନା

284
ADVERTISEMENT

ହିଞ୍ଜିଳିକାଟୁ, ୧୪ା୭ (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ଦେଶକୁ କବଳିତ କରିଛି । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃିବାରେ ଲାଗିଛି । ରାଜ୍ୟର ସର୍ବାଧିକ ସଂକ୍ରମିତ ଲୋକ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ସୋମବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୪୩୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୩୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୮୫୬ ଏକ୍ଟିଭ କେଶ ରହିଥିବା ବେଳେ ୪୪ ଜଣଙ୍କ ମୃତ୍ରୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଲାଗି ଜିଲ୍ଲାପାଳଙ୍କ ନିଦେ୍ର୍ଧଶକ୍ରମେ ପୌରାଂଚଳ ଓ ବ୍ଳକର ବିଭିନ୍ନ ଅଂଚଳକୁ କଂଟେନମେଂଟ ଓ ବଫରଜୋନ ଭାବେ ଘୋଷଣା କରାଯାଇଛି । ଏଥି ସହ ସ୍ଥାନୀୟ ବ୍ଳକର ୧୭ ଅଂଚଳକୁ ରେଡ଼୍ ଜୋନ, ୧୧ଯି ଅଂଚଳକୁ ଅରେଞ୍ଜ ଏବଂ ୨୭ଟି ଅଂଚଳକୁ ଗ୍ରୀନ ଜୋନ ଭାବେ ବିଭକ୍ତ କରାଯାଇଛି । ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି ରେଡ଼ ଜୋନ ଭାବେ ଚିହ୍ନଟ କରାଯାଇଥିବା ସମରଝୋଳ ଗ୍ରାମରେ ପଂହଚି କୋଭିଡ଼ ମନିଟରିଂ କମିଟି ସହ କରୋନା ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ସଂପୃକ୍ତ ଗ୍ରାମରେ ୨୩ ଜଣ ପଜିଟିଭ ଦେଖା ଦେଇଥିବା ବେଳେ ବର୍ତମାନ ୧୬ ଜଣ ପଜିଟିଭ ରହିଛନ୍ତି ଓ ଅବଶିଷ୍ଟ ୭ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । କରୋନାକୁ ପ୍ରତିହିତ କରିବା ସକାଶେ ସମସ୍ତ କଟକଣାକୁ କିପରି କାର୍ଯ୍ୟକାରୀ କରାଯାଉଛି, ସେ ନେଇ ସରପଂଚ, କୋଭିଡ଼ି ମନିଟରିଂ କମିଟି ସଦସ୍ୟ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସରଂପଚ କେ. ଦୁର୍ଗା ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement