Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ହିଞ୍ଜିଳି ବ୍ଳକରେ କାୟା ବିସ୍ତାର କରୁଛି କରୋନା : ୩ ପଂଚାୟତକୁ କଂଟେନମେଂଟ...

ହିଞ୍ଜିଳି ବ୍ଳକରେ କାୟା ବିସ୍ତାର କରୁଛି କରୋନା : ୩ ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା

222
ADVERTISEMENT

ହିଞ୍ଜିଳିକାଟୁ, ୧୪ା୭ (ଶେଷଦେବ ସାହୁ): ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୋଟ ସଂକ୍ରମିତ ଜିଲ୍ଲା ମଧ୍ୟରେ ୧୦ଟି ଜିଲ୍ଲାର ସ୍ଥିତି ଅସମ୍ଭାଳ ଥିବା ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏ ସମସ୍ତ ଜିଲ୍ଲା ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ୨ୟ ଓ ୩ୟ ସ୍ଥାନରେ ଖୋର୍ଦ୍ଧା ଓ କଟକ ଜିଲ୍ଲା ରହିଛି । ଏକଦା ଗ୍ରୀନ୍ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲା ପ୍ରବାସୀ ମାନଙ୍କ ଫେରିବା ପରେ ରେଡ଼ ଜୋନରେ ପରିଣତ ହୋଇଛି । ଗଞ୍ଜାମ ଜିଲ୍ଲାରେ ଗାଁ ଗାଁରେ ଘନଉଛି କରୋନା ଭୁତାଣୁ ସଂକ୍ରମଣ । ପ୍ରଥମେ ପ୍ରଥମେ ସଙ୍ଗରୋଧ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବର୍ତମାନ ସ୍ଥିତିରେ ଗୋଷ୍ଠୀ ସଂକ୍ରମଣ ବଢିବାରେ ଲାଗିଛି । ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହାର ଉଚିତ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସ୍ଥାନୀୟ ବ୍ଳକ ଚାନ୍ଦୁଲି ଗ୍ରାମରେ ୪ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଗ୍ରାମ ପଂଚାୟତକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ଦୁର୍ବନ୍ଧ ପଂଚାୟତରେ ୫ ପଜିଟିଭ ଚିହ୍ନଟ ପରେ ସରଂପଚ ରଞ୍ଜୁ ବେହେରା ୭ ଦିନ ପାଇଁ ସଟଡ଼ାଉନ ଘୋଷଣା କରିଥିଲେ । ପୁଣି ସଂପୃକ୍ତ ଗ୍ରାମ ପଂଚାୟତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସଂପୃକ୍ତ ଗ୍ରାମ ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ସେହିପରି ଶାସନ ଆମ୍ବଗାଁ ପଂଚାୟତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ସଂପୃକ୍ତ ଗ୍ରାମ ପଂଚାୟତ ଗୁଡ଼ିକରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ଭୟ ଏବଂ ଏହାକୁ ପ୍ରତିହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶକ୍ରମେ ମଙ୍ଗଳବାର ସକାଳେ ସ୍ଥାନୀୟ ପ୍ରଶାସନ ୩ଟି ପଂଚାୟତକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ସଂପୃକ୍ତ ଗ୍ରାମ ପଂଚାୟତରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସଂପୃକ୍ତ ପଂଚାୟତର ସରଂପଚ ପ୍ରମୁଖ ସଂପୃକ୍ତ ଗ୍ରାମ ପଂଚାୟତର ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ସହାୟତାରେ ସଂପୃକ୍ତ ପଂଚାୟତକୁ କଂଟେନମେଂଟ ଓ ଭାବେ ଘୋଷଣା କରିବା ସହ କରୋନା ସମ୍ବନ୍ଧୀୟ ସମସ୍ତ ନିୟମକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ସଂପୃକ୍ତ କଂଟେନମେଂଟ ଜୋନ ଗୁଡ଼ିକରେ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ସାମଗ୍ରୀର ଦୋକାନ ବଜାର ବନ୍ଦ କରିବା, ଯାନ ବାହାନ ଚଳାଚଳ ସମ୍ପୁର୍ଣ୍ଣ ନିଷେଧ ଏବଂ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା ଲାଗି ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ନିୟମକୁ ଅବମାନନା କଲେ ସଂପୃକ୍ତ ବ୍ୟକ୍ତି କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସଂପୃକ୍ତ ଗ୍ରାମ ପଂଚାୟତର ବିଭିନ୍ନ ସାହି ବସ୍ତିର ପ୍ରବେଶ ପଥ ଗୁଡ଼ିକ ବାଉଁଶ ବାଡ଼ ସହାୟତାରେ ସିଲ୍ କରି ଦିଆଯାଇଛି । ପ୍ରକାଶ ଥାଉକି, ପୂର୍ବରୁ ସ୍ଥାନୀୟ ବ୍ଳକର ୬ଟି ପଂଚାୟତକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ପୌରାଂଚଳର ୬,୧୦.୧୨,୧୬ ନଂ ୱାଡର଼୍ ସମେତ ୫୯ ନଂ ଜାତୀୟ ରାଜପଥ ଓ ତରାତାରିଣୀ ରାସ୍ତାକୁ କଂଟେନମେଂଟ ଓ ପୌରାଂଚଳର ଅବଶିଷ୍ଟ ୱାଡର଼୍କୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା ।

Advertisement