Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ରେ ୮ ଟି କୋଭିଡ ହସ୍ପିଟାଲ ପାଇଁ ଅନୁମୋଦନ

ଗଞ୍ଜାମ ରେ ୮ ଟି କୋଭିଡ ହସ୍ପିଟାଲ ପାଇଁ ଅନୁମୋଦନ

250
ADVERTISEMENT

ବ୍ରହ୍ମପୁର,୧୩/୭,(ବିଶ୍ୱରଞ୍ଜନ ): ଗଞ୍ଜାମ ରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଥିବା ଯୋଗୁଁ ରାଜ୍ୟ ସରକାର ଗଂଜାମ ରେ କୋଭିଡ୍ ହସ୍ପିଟାଲ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ ୮ଟି କୋଭିଡ୍‌ ହସ୍ପିଟାଲ, ୫ଟି CCC ଓ ୩ଟି DCHC ହସ୍ପିଟାଲ ହେବ, CCC- କୋଭିଡ୍‌ କେୟାର ସେଣ୍ଟର, DCHC- ଡେଡିକେଟେଡ କୋଭିଡ୍‌ ହେଲ୍‌ଥ ସେଣ୍ଟର, ୮ଟି ହସ୍ପିଟାଲରେ ରହିବ ୧୧୫୦ଟି ବେଡ୍‌, CCCରେ ୯୦୦ ଓ DCHCରେ ୨୫୦ଟି ବେଡ୍‌ ରହିବ। ଆସିକା, ସାନଖେମୁଣ୍ଡି, ପାତ୍ରପୁର ଓ ବ୍ରହ୍ମପୁରରେ ହେବ ହସ୍ପିଟାଲ ହେବା ନେଇ ସୂଚନା ଦେଇଛନ୍ତି ।ଏହି ହସ୍ପିଟାଲ ଏବଂ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ନୋଡାଲ ଅଫିସର ଏବଂ ଡାକ୍ତର ନିଯୁକ୍ତି ନେଇ ଗଞ୍ଜାମ ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି ।

Advertisement