Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ୩ ପଂଚାୟତ ଓ ପୌରାଂଚଳର ୨ୱାଡର଼୍ ବିଶୋଧିତ

୩ ପଂଚାୟତ ଓ ପୌରାଂଚଳର ୨ୱାଡର଼୍ ବିଶୋଧିତ

259
ADVERTISEMENT

ହିଞ୍ଜିଳିକାଟୁ,୧୩/୭,(ଶେଷଦେବ ସାହୁ): ସ୍ଥାନୀୟ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମ ପଂଚାୟତରେ କରେନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁବାବିଲା ସକାଶେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଉଦ୍ୟମ ଚଲାଇଛନ୍ତି । ସୋମବାର ବ୍ଳକ ଓ ପୌର ପ୍ରଶାସନର ନିଦେ୍ର୍ଧଶକ୍ରମେ ସ୍ଥାନୀୟ ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ଭୁୟାଁଙ୍କ ତତ୍ୱାବଧାନରେ ଅଗ୍ନିଶମ ବାହୀନି କର୍ମଚାରୀ ମାନେ ସ୍ଥାନୀୟ ବ୍ଳକ ସମରଝୋଳ, ଚାନ୍ଦୁଲି, ପୁଟିଆପଦର ପଂଚାୟତ ଅଧିନସ୍ଥ ଦୟାନିଧିପୁର ଗ୍ରାମ ସମେତ ପୌରାଂଚଳର ୨ଟି ୱାଡର଼୍କୁ ବିଶୋଧିତ କରିଥିଲେ । ଆଗାମୀ ଦିନରେ ପୌରାଂଚଳର ସମସ୍ତ ୱାଡର଼୍ ଓ ବ୍ଳକର ବିଭିନ୍ନ କରୋନା ସଂକ୍ରମିତ ଅଂଚଳ ଗୁଡ଼ିକୁ ବିଶୋଧିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Advertisement