କୁକୁଡ଼ାଖଣ୍ଡି,୧୩/୭,(ଇ.ରଞ୍ଜନ ) : କୁକୁଡ଼ାଖଣ୍ଡି ବ୍ଲକର ବିଭିନ୍ନ ପଂଚାୟତକୁ କରୋନା ତାର ଅକ୍ତିଆର କରି ସଂକ୍ରମଣ କରିଚାଲିଥିବା ବେଳେ ପ୍ରଶାସନ ତରଫରୁ ଯେଉଁ ଅଞ୍ଚଳରେ କରୋନା ପୋଜିଟିଭ ହେଉଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟଜନ ଘୋଷଣା କରୁଛନ୍ତି ବ୍ଲକପ୍ରଶାସନ l ହୁଗୁଳାପଟ୍ଟା ପଂଚାୟତ ଗୌଡ଼ ସାହିକୁ ପୋଜିଟିଭ ବାହାରି ଥିବାରୁ ସେହି ଅଞ୍ଚଳଟିକୁ ବର୍ତମାନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟଜନ ଘୋଷଣା ହୋଇଥିଲେ ମଧ୍ୟ ସେଠାକାର ଅଞ୍ଚଳବାସି ତଥା ସରପଞ୍ଚଙ୍କ ଘନିଷ୍ଠ ବନ୍ଧୁ ଦୁର୍ୟୋଧନ ସାହୁ (ଧଡ଼ିଆ) ବାହାଘର ଭୋଜି ଧୁମ ଧାମରେ ପାଳନ କରୁଥିଲେ ଏବଂ ସରପଞ୍ଚ ପ୍ରଦୀପ ମଲାଣ ଆଦେଶ ଦେଇଥିବା କୁହା ଯାଇଛି l ତେବେ ସେମାନଙ୍କ ଘର ସାମ୍ନାରେ ରୋଗୀଙ୍କ ଚି଼ହ୍ନଟ ଘରବୋଲି ସମ୍ପୂର୍ଣ ଭାବେ ଭୁଲିଯାଇ ଭୋଜି ଆୟୋଜନକୁ ପ୍ରଶାସନର ବିନା ଅବଗତରେ ସରପଞ୍ଚଙ୍କ କିଭଳି ଆଦେଶଥିଲା ତାହାନେଇ ପ୍ରଶ୍ନବାଚକ ସୃଷ୍ଟିକରୁଛି ସରପଞ୍ଚଙ୍କୁ ପଚାରିଲେ ମୁଁ ଲିଖିତ ଭାବେ ଦେଇନାହିଁ ବୋଲି ଉତ୍ତର ସେହି ଅଞ୍ଚଳରେ ଭୋଜି କୌଣସି ସୂଚନା ପାଇ ସେଠାକାର ସୁରକ୍ଷାକବଚ ପାଲଟିଥିବା କୁକୁଡ଼ାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ଏବଂ ଅତିରିକ୍ତ ତହସିଲଦାର ଅମ୍ବିତ ମହାନ୍ତିଙ୍କ ସହ ସଦରଥାନା ପୋଲିସ ପହଂଚି ଗୁହାଳରେ ତାଲାବନ୍ଦ କରି ଆୟୋଜିତ ଭୋଜିକୁ ତାଲାଭାଙ୍ଗି ଭୋଜିକୁ ବନ୍ଦ କରିଥିଲେ l ଏବଂ ତାଗିଦ କରିଥିଲେ ଏହାସହ ଦୁଇଜଣଙ୍କୁ ପୋଲିସରେ ଦେଇଥିଲେ ସେଠାକାର ଭୋଜିର ହଣ୍ଡାଦେଖିଲେ ପ୍ରାୟ ୩00 ଲୋକଙ୍କ ପାଇଁ ଆୟୋଜନ ହୋଇଥିବା ଜଣାପଡିଥିବା ପରେ ପରବର୍ତୀ ସମୟରେ ପୋଲିସ ଆୟୋଜନ ଭୋଜିର ଅତିଆବଶ୍ୟକ ସାମଗ୍ରୀ ହଣ୍ଡା ସମେତ ଗ୍ୟାସ ଚାଟୁ କିଛି ପରିବା ମସଲା ଏବଂ ଏଣୁତେଣୁ ଆବଶ୍ୟକ ଜିନିଷ ସହ ଦୁଇଜଣଙ୍କୁ ପୋଲିସ ଗାଡିରେ ଧରି ଆସିଥିବା ବେଳେ ସେମାନଙ୍କ ଉପରେ ମାମଲା ରୁଜୁ କରିଥିବା ଜଣା ପଡିଛି ସେହିପରି ବାଲିପଡା ପଂଚାୟତ ନାରାୟଣପୁରରେ ମଧ୍ୟ ବଡ଼ ହଣ୍ଡାରେ ଆୟୋଜିତ ଭୋଜିଉପରେ ଚଢାଉ କରିଥିଲେ ତହସିଲଦାର l


















