Saturday, September 26, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳରେ କୋଭିଡ୧୯ ନିୟମ ପାଳନ ପାଇଁ ସଚେତନତା

କନ୍ଧମାଳରେ କୋଭିଡ୧୯ ନିୟମ ପାଳନ ପାଇଁ ସଚେତନତା

517
ADVERTISEMENT

କନ୍ଧମାଳ,୧୩/୭,(ସୁରେଶ ପଣ୍ଡା) : କନ୍ଧମାଳ କରୋନା ଭୁତାଣୁ ଦିନକୁ ଦିନ ମୁଣ୍ଡ ବଥା କରୁଥିବା ବେଳେ ଦିନ ରାତି ଏକ କରି ଲଢ଼ିଚାଲିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନଙ୍କ ଦ୍ୱାରାପ୍ରତି ପଞ୍ଚାୟତରେ ସରପଞ୍ଚ, ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ, ଅଙ୍ଗନୱାଡ଼ିଙ୍କୁ ସଚେତନ ପାଇଁ ନିୟୋଜିତ କରାଇଛନ୍ତି ଆଜି ଏହାକୁ କେତେକ ଅମାନିଆ ବେଖାତିର କରିବା ସହ କୋଭିଡ୧୯ ନିୟମକୁ ଉଲଂଘନ କରୁଛନ୍ତି ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି l କନ୍ଧମାଳ ଜିଲ୍ଲାରେ ସକାଳ ୬ଘଣ୍ଟା ଠାରୁ ୧ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାସହ ସପ୍ତାହରେ ୨ ଦିନ ସଟ ଡାଉନ ହେଲେ ଏହି ନିୟମକୁ ମାନୁଛି କିଏ? ସଟ ଡାଉନ ସରିବା ପରେ ବାଲିଗୁଡ଼ା ସହର, ବାଲିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିଛି ଲୋକଙ୍କ ନାହିଁ ନଥିବା ଭିଡ଼ ଆଉ ମାନିବାକୁ ରାଜି ନୁହନ୍ତି ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ଠେଲା ପେଲା ହୋଇ ଛିଡ଼ା ହେବା, ଅଟୋରେ ୧0ରୁ ୧୫ ଜଣ ଯାତ୍ରୀ ବସୁଛନ୍ତି, ବାଟାଗୁଡ଼ା ଲ୍ୟାମ୍ପରେ ବିନା ମାସ୍କରେ ଏକତ୍ରିତ ହୋଇ ବସିବା, ଵାଟାଗୁଡ଼ାରେ ଦିନ ୩ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବାସହ ସଟ ଡାଉନରେ ମଧ୍ୟ କୁଟିକିଆ ପଞ୍ଚାୟତରେ ଦୋକାନ ବଜାର ମଧ୍ୟ ଖୋଲା ରହୁଛି l ଏପଟେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦିଆଯିବା ସତ୍ୱେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ ଜନସାଧାରଣଙ୍କ ଦାବି ହେଉଛି ଅତି ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯାଉ ଏବଂ ୭ ଘଣ୍ଟା ଠାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ପୁନର୍ବାର ନିୟମକୁ ଚାଲୁକାରାଯାଉ l

Advertisement