Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ୩ଜଣ କରୋନା ଯୋଦ୍ଧା ଙ୍କ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକ

୩ଜଣ କରୋନା ଯୋଦ୍ଧା ଙ୍କ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକ

213
ADVERTISEMENT

ବ୍ରହ୍ମପୁର,୧୩/୭,(ସୁଦାମ ମହାରଣା) : ସାରା ରାଜ୍ୟରେ କରୋନା ଆକ୍ରାନ୍ତ ସଖ୍ୟା ହୁହୁ ବଢୁଥିବା ବେଳେ ମୃତ୍ୟୁ ସଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାର କୋଭିଡ୍-୧୯ କାର୍ଯ୍ୟ ସମ୍ପାଦନ ରେ ନିୟୋଜିତ ୩ଜଣ କୋଭିଡ୍ ଯୋଦ୍ଧାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିଛନ୍ତି।।ସାନଖେମୁଣ୍ଡି ବ୍ଲକର ଅଙ୍ଗାନାୱ।ଡି ସୁପରଭାଇଜର କେ.ଅଶାନ୍ତ ପାତ୍ର, ଆସିକା ବ୍ଲକର ସିଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରହରି ବେହେରା, ଆସିକା ପୋଲିସ ଷ୍ଟେସନର କନେଷ୍ଟବଳ ସି/୭୦୫,ଗୋଲକ ନାୟକଙ୍କ କରୋନା ଆକ୍ରାନ୍ତରେ ଅକାଳ ବିୟୋଗ ହୋଇଯାଇଛି।
ଅନ୍ୟ ମାନଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷିତ କରିବା ଦିଗରେ ନିଜ ଜୀବନକୁ ଉତ୍ସର୍ଗିତ କରିଥିଲେ ।ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ତାଙ୍କର ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି ପ୍ରତି କାମନା କରିଛନ୍ତି। ପୂର୍ବରୁ ଗଞ୍ଜାମରେ ୪ଜଣ କରୋନା ଯୋଦ୍ଧାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

Advertisement