Thursday, October 8, 2026
ADVERTISEMENT
Home ଆଞ୍ଚଳିକ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ଗଜପତି ଜିଲ୍ଲା

ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ଗଜପତି ଜିଲ୍ଲା

228
ADVERTISEMENT

ପାରଳାଖେମୁଣ୍ଡି, ୧୩/୭(ପ୍ରଭାତ କୁମାର ପାତ୍ର ): ଦିନ କୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଧିରେ ସହରରେ ଏକାଧିକ ଅଞ୍ଚଳକୁ ବ୍ୟାପିଛି କୋରନା ,ଯେଉଁ ସବୁ ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଛି ପ୍ରଶାସନ। ଗତକାଲି ଚିହ୍ନଟ ହୋଇଥିବା ସଙ୍କ୍ରମିତଙ୍କ ଅନୁସାରେ ପାରଳାଖେମୁଣ୍ଡି ମୁନିସିପାଲିଟି ଅଞ୍ଚଳର ଏରଦଲା ସାହି, ଗାନ୍ଧୀ ନଗର, ଶ୍ରୀଦ୍ଧର ନଗର , ମହେନ୍ଦ୍ର ନଗର, ବଡ ବ୍ରାହ୍ମଣ ସାହି, କାମ୍ପ ସାହି, ଡି ଏଲ ପେଟା, ସେରି ଜାଗିଲି ସାହି, ବେବର୍ତା ସାହି ଓ କେଉଟ ସାହିକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଛି ପ୍ରଶାସନ। ଉକ୍ତ ସମସ୍ତ ଅଞ୍ଚଳକୁ ସିଲ୍ କରାଯାଈଥିବା ବେଳେ ଗମନା ଗମନ ଉପରେ କଟକଣା ଜାରି କରାଯାଇଛି।

Advertisement