ବ୍ରହ୍ମପୁର,୧୦/୭,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲାରେ ନିୟମ ଉଲ୍ଲଘଂନ କାରିଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି ।ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଯାଞ୍ଚ କରାଯାଇ ବୁଧବାରସକାଳ ୬ଟା ଠାରୁ ଆଜି ସକାଳ୬ଟା ପର୍ଯ୍ୟନ୍ତ ଏକ ଲକ୍ଷ ଏକତିରିଶହଜାର ୪ଶହଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ମାସ୍କ ପିନ୍ଧି ନଥିବା ଅମାନିଆଙ୍କ ଠାରୁ ୧ଲକ୍ଷ ଅଣତିରିଶ ହଜାର ୯ଶହ ଟଙ୍କା ।ସାମାଜିକ ଦୂରତ୍ୱ ଅବମାନନା ରେ ହଜାର ଟଙ୍କା ଆଦାୟ ହୋଇଛି। ୧୦ଟି ଅବକାରୀ କେସ ସହ , ବିଭିନ୍ନ ମାମଲାରେ ୧୦ଜଣଙ୍କୁ ଗିରଫ କରାଯାଇଛି ।୪୯୫.୨ଲିଟର ମଦ ଜବତ ହୋଇଛି। ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରଏ ଟୁଇଟ୍ କରି ସୂଚନା ଦେଇଛନ୍ତି।

















