ବ୍ରହ୍ମପୁର,୧୦/୭,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ରେ ଥିବା ପାରଳା ମହାରାଜା କୋଭିଡ୍ କେୟାର ସେଣ୍ଟର, ଟାଟା କୋଭିଡ୍ ହସ୍ପିଟାଲ, ହିଞ୍ଜିଳି ଓ ଭଞ୍ଜନଗର କୋଭିଡ୍ କେୟାର ସେଣ୍ଟର ରେ କରୋନା ଆକ୍ରାନ୍ତ ଚିକିତ୍ସା ହୋଉଛନ୍ତି ।କିଛି ଦିନ ତଳେ ବିଶେଷ କରି ଶିତଳାପଲ୍ଲି କୋଭିଡ୍ ହସ୍ପିଟାଲ ଓ ପାରଳା ମହାରାଜା କୋଭିଡ୍ କେୟାର ସେଣ୍ଟର ରେ ଚିକିତ୍ସାସମ୍ବନ୍ଧୀୟ, ଖାଦ୍ୟ,ପିଇବା ପାଣି, ପରିମଳ ସମ୍ବନ୍ଧୀୟ ଅବ୍ୟବସ୍ଥା ନେଇ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି।
ଏହା କୁ ଦୃଷ୍ଟି ରଖି କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ରେ ରୋଗିମାନେ କୈଣସି ପ୍ରକାର ର ଅସୁବିଧା ସମ୍ମୁଖୀନ ହେଲେ ଅଭିଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ଘଣ୍ଟିଆ କଲ ସେଣ୍ଟର ଖୋଲା ଯାଇଛି। ମୋବାଇଲ ନମ୍ବର ୮୧୧୮୦୬୬୩୭୦ କୁ ଫୋନ କରି ରୋଗିମାନେ ସେମାନଙ୍କ ର ଲକ୍ଷଣ, ହୋମ କ୍ବାରାଣ୍ଟାଇନ ଆଦି ସମ୍ପର୍କରେ ଜଣାଇପାରିବେ । ଏହା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେହିପରି ଛତ୍ରପୁର ସବଡିଭିଜନ ସ୍ତରୀୟ କୋଭିଡ୍-୧୯ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି। କୋଭିଡ୍ ନିୟମ ଉଲ୍ଲଘଂନ, ଜରୁରୀ ପାସ୍ ,ଅଭିଯୋଗ ସମ୍ପର୍କରେ ହେଲ୍ପ ଲାଇନ ନମ୍ବର ୮୪୮୦୮୩୮୬୦୩ କୁ ପ୍ରତିଦିନ ପୂର୍ବାହ୍ନ୧୦ଟାରୁ ୫ଟା୩୦ ମଧ୍ୟରେ ଫୋନ କରିପାରିବେ କିମ୍ବା ହ୍ଵାଟ୍ସଆପ କରି ଜଣାଇପାରିବେ।

















