Saturday, September 26, 2026
ADVERTISEMENT
Home ଆଞ୍ଚଳିକ ବିଲାବାଡି ପଞ୍ଚାୟତର କାକେନ୍ଦ୍ରୀ ଗ୍ରାମ ରେ ୭୧ ତମ ବନ ମହୋତ୍ସବ ପାଳନ

ବିଲାବାଡି ପଞ୍ଚାୟତର କାକେନ୍ଦ୍ରୀ ଗ୍ରାମ ରେ ୭୧ ତମ ବନ ମହୋତ୍ସବ ପାଳନ

401
ADVERTISEMENT

ଫୁଲବାଣୀ,୦୬.୦୭(ଆଦିତ୍ୟ ତ୍ରିପାଠୀ) :ଆଜି ବିଲାବାଡି ପଞ୍ଚାୟତର କାକେନ୍ଦ୍ରୀ ଗ୍ରାମ ରେ ୭୧ ତମ ବନ ମହୋତ୍ସବ ପାଳନ ହୋଇଛି।ଏହି ଉତ୍ସବ ରେ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରେନ୍ଦ୍ର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ତମ ଅତିଥି ଭାବରେ ସୁଡ୍ରୁକୁମ୍ପା ରେଞର ଶିଶିର କୁମାର ଝାଙ୍କର,ବିଲାବାଡି ସରପଞ୍ଚ ଅନ୍ନପୂର୍ଣ୍ଣା ନାୟକ, ସମାଜସେବୀ ରକ୍ତ ପ୍ରୋତ୍ସାହନକାରୀ ସୁକାନ୍ତ କୁମାର ବେହେରା,ସୁଡ୍ରୁକୁମ୍ପା ରାଜସ୍ବ ନୀରିକ୍ଷକ ଶ୍ରୀ ସୁନୀଲ କୁମାର ଦିଗାଲ ଯୋଗଦେଇ ପ୍ରଥମେ ସାମାଜିକ ଦୂରତା ରକ୍ଷା କରି ବନବିଭାଗ ବାନାରଦେଇ ଦ୍ଵାରା ଅତିଥି ମାନେ ସମସ୍ତ ଙ୍କୁ ମାସ୍କ ବାଣ୍ଟିଥିଲେ ।ପରେ ମାଟି ମା’କୁ ପୂଜା କରି ମୁଖ୍ୟ ଅତିଥି ନଡ଼ିଆ ଭାଙ୍ଗି ଥିଲେ।କରୋନା ମହାମାରୀ ବିଷୟରେ ସଚେତନତା କରାଯିବା ପରେ ଶ୍ରୀଯୁକ୍ତ କହଁର ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ।ପରେ ପରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇଥିଲେ।ଏହି କାର୍ଯ୍ୟକ୍ରମ କୁ ବାନାରଦେଇ ଫରେଷ୍ଟର ଅଜିତ୍ କୁମାର ସାହାଣୀ, ମହେନ୍ଦ୍ର କୁମାର ବିଶ୍ବାଳ,ରଞିତ କୁମାର ଆପଟ, ପରିଚାଳନା କରିଥିଲେ ଏବଂ ରୀତାରିଣୀ ବେହେରା ଫରେଷ୍ଟଗାର୍ଡ ଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ।

Advertisement