ADVERTISEMENT
Home ଆଞ୍ଚଳିକ ଗଜପତି: ଆଉ ୧୨ କରୋନା ପଜିଟିଭ୍ ଚିହ୍ନଟ, ଜଣେ ମୃତ

ଗଜପତି: ଆଉ ୧୨ କରୋନା ପଜିଟିଭ୍ ଚିହ୍ନଟ, ଜଣେ ମୃତ

234
ADVERTISEMENT

ପାରଳାଖେମୁଣ୍ଡି ,୫/୭(ପ୍ରଭାତ କୁମାର ପାତ୍ର): ଗଜପତି ଜିଲ୍ଲାରେ କରୋନା ଜନିତ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଗତକାଲି ସୁଦ୍ଧା କରୋନା ଜନିତ ସଂକ୍ରମିତଙ୍କ ସଂଖ୍ୟା ୪୪୭ ଥିବା ବେଳେ ଆଜି ପୁଣି ୧୨ ଜଣ କରୋନା ପଜିଟିଭ୍ ଆକ୍ରାନ୍ତକାରୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜିଲ୍ଲାର କାଶୀନଗର ଓ ଗୋସାଣି ବ୍ଲକରୁ ଜଣେ ଲେଖାଏଁ କରୋନା ପୋଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ କରୋନା ଯୋଦ୍ଧା,କରୋନା ପୋଜିଟିଭ’ରେ ସଂକ୍ରମିତ ହୋଇଥିବା ଏବଂ ଗତକାଲି ଜିଲ୍ଲାର ଡାଲିମ୍ବପୁର ଗ୍ରାମର ଜଣେ ୪୦ ବର୍ଷୀୟଙ୍କ କରୋନା ଜନିତ ସଂକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ମିଳିଥିବା ସୂଚନାରୁ ଜଣାଯାଇଛି ।
ଆଜି , କରୋନା ଜନିତ ସଂକ୍ରମଣ’ରେ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ସ୍ୱାବ ନମୁନା ଗତ ୨ ତାରିଖ ଦିନ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠା ଯାଇଥିଲା । ତେବେ ପରୀକ୍ଷାଗାରରୁ ପଠା ଯାଇଥିବା ସ୍ୱାବ-ନମୁନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେହି ସମସ୍ତ ୧୨ ଜଣଙ୍କୁ ଗଜପତି ଜିଲ୍ଲାର ରାଜ-ସୀତାପୁର ଠାରେ ଥିବା କୋଭିଡ ହସପିଟାଲ ଓ କୋଭିଡ କେୟାର କେନ୍ଦ୍ରକୁ ପଠାଇ ଦିଆଯାଇଛି ।
ସେଠାରେ ସେମାନଙ୍କ ଚିକିତ୍ସ୍ୟ ଆରମ୍ଭ ହୋଇ ଯାଇଥିବା ବେଳେ ବର୍ତ୍ତମାନ ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲଥିବା ଜିଲ୍ଲାପାଳ ଅନୁପମ ଶାହା , ପ୍ରେସ ସୂଚନା ଦେଇ ଜଣାଇଛନ୍ତି ।

Advertisement