ବ୍ରହ୍ମପୁର,୫/୭(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ଦୁଇ ଦିନ ମଧ୍ୟରେ ଜଣେ ଡାକ୍ତର ଙ୍କ ସମେତ ୨ଜଣ ପୁରୁଷ ଓ ୨ ଜଣ ମହିଳା କରୋନା ପଜିଟିଭ୍ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳେଇ ଦେଇଛି।
ଏଭଳି ପରିସ୍ଥିତିରେ କରୋନା ମୁକାବିଲା ପାଇଁ କଟକଣା କୁ କଡାକଡି କରିବା ସହ ଦୃଢ ପଦକ୍ଷେପ ନେବାକୁ ସହର ବୁଦ୍ଧିଜୀବୀ, ଓକିଲ,ବ୍ୟବସାୟୀ, ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଏକ ପ୍ରତିନିଧି ଦଳ ତହସିଲଦାର ଅରୁଣ କୁମାର ନାୟକ,ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଗୋଷ୍ଠୀ ସକ୍ରମଣ ଆଶଙ୍କା ଏଡେଇବା,କଲେଜ ଛକଠାରେ ପରିବା ବଜାର କୁ ବନ୍ଦ କରିବା, ଭାମ୍ରମାଣ ଗାଡ଼ିରେ ପରିବା ବିକ୍ରି କରିବା, ରାସନସାମଗ୍ରି ଦୋକାନ କୁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲିବା, ଅମାନିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିନିଧି ଦଳ ପ୍ରସ୍ତାବ ଦେଇଥିଲେ। ପୁଲିସ ପ୍ରଶାସନ ସହଯୋଗରେ ଜନସଚେତନତାକୁ ବ୍ୟାପକ କରିବା । ୨ନମ୍ବର ୱ।ର୍ଡକୁ ନିଷିଦ୍ଧ ଅଞ୍ଚଳ କରାଯାଇଛି । ଭିଡକୁ ନିୟନ୍ତ୍ରଣ ନିମନ୍ତେ ଭୂତସରସିଙ୍ଗି ରାସ୍ତାରେ ବେରିକଡ ନିର୍ମାଣ ସହ ପୁଲିସ ଯାଞ୍ଚ କରୁଛୁ।ଏହି ଆଲୋଚନା ରେ ଆଇନଜୀବୀ ଅରୁଣ କୁମାର ପଣ୍ଡା, ଶ୍ରୀ କାନ୍ତ ମିଶ୍ର, ଅଶୋକ କୁମାର ମହାଙ୍କୁଡ,ସିମାଞ୍ଚଳ ମିଶ୍ର,ପ୍ରଶାନ୍ତ ମହାପାତ୍ର, ବଣିକସଙ୍ଘ ମନୋରଞ୍ଜନ ଦାଶ,ଅଶୋକ ସାମନ୍ତରା,ରୂପେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

















