ବ୍ରହ୍ମପୁର ,୫/୭(ବିଶ୍ୱରଂଜନ) : ପୁଅ ବାହାଘର ହୋଟେଲ ମାଲିକଙ୍କୁ ମହଙ୍ଗା ପଡିଲା ପ୍ରଶାସନ ଓ ପୋଲିସ ର କଟକଣାକୁ ଫୁ କରି କରୋନା ମହାମାରୀ ସମୟରେ ପୁଅ ବାହା ଘରକୁ ହୋଟେଲ ମେ ଫେୟାରରେ ଧୁମଧାମରେ ପାଳନ କରିଥିଲେ ନନ୍ଦନ ହୋଟେଲ ମାଲିକ। ଭିଡ଼ିଓ ଭାଇରଲ ହେବା ପରେ ଗୋପାଳପୁର ଥାନାରେ ଅଟକ ଥିବା ଵ୍ରହ୍ମପୁର ନନ୍ଦନ ହୋଟେଲର ୪ ଭାଇଙ୍କୁ ଗତକାଲି ରାତି ୧୧ ଟା ରେ ଏସ.ଡ଼ି.ଯେ.ଏମ ଜାମିନ ପ୍ରଦାନ କରିଛନ୍ତି । ତେବେ ବର ପୁଅକୁ କୋର୍ଟ ଚାଲାଣ କରାଯାଇନଥିଲା । ତାଙ୍କୁ ଥାନାରୁ ଜାମିନ ଦିଆଯାଇଥିଲା । କରୋନା ସମୟରେ ଏହିପରି ଧୁମଧାମ ବିବାହ କରି ଗିରଫ ଘଟଣା ସାରା ରାଜ୍ୟବାସୀଙ୍କ ପାଇଁ ଉଦାହରଣ ପାଲଟିଛି ।

















