Wednesday, October 14, 2026
ADVERTISEMENT
Home ମୁଖ୍ୟ ଖବର ବରଯାତ୍ରୀ ମଟନ ମାଗିବା ସହିତ କନ୍ୟାପକ୍ଷଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଲେ, ଶିଶୁପାଳ ହୋଇ ଫେରିଲା...

ବରଯାତ୍ରୀ ମଟନ ମାଗିବା ସହିତ କନ୍ୟାପକ୍ଷଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଲେ, ଶିଶୁପାଳ ହୋଇ ଫେରିଲା ବର ;

381
ADVERTISEMENT

କେନ୍ଦ୍ରାପଡା,୧୦/୭ (ଡି.ଏଚ.ବି): କେନ୍ଦ୍ରାପଡାର ମହାକାଳପଡାରେ ବିବାହ ଭୋଜିରେ ବରଯାତ୍ରୀଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଥିଲା। ଫଳରେ ବର ଶିଶୁପାଳ ହୋଇ ଫେରିଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଗତ ରବିବାର ଦିନ କେନ୍ଦ୍ରାପଡାର ମହାକାଳପଡାରୁ ମାହାଙ୍ଗାର ଦେବରିଓ ଗାଁକୁ ପ୍ରିୟରଞ୍ଜନ ବର ହୋଇ ଆସିଥିଲେ । କନ୍ୟା ଘରେ ବର ପହଞ୍ଚିବା ପରେ ଭୋଜି ଭାତକୁ ନେଇ ବରଯାତ୍ରୀଙ୍କ ସହ କନ୍ୟାପକ୍ଷଙ୍କର ବଚସା ଆରମ୍ଭ ହୋଇଥିଲା । ବରଯାତ୍ରୀ ଅଧିକ ମଟନ ଖାଇବାକୁ ମାଗିବା ସହ କନ୍ୟା ଘର ଲୋକଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବାରୁ ବିବାଦର ସୂତ୍ରପାତ ଆରମ୍ଭ ହୋଇଥିଲା । ଚେୟାର ଭାଙ୍ଗିବା ସହ କନ୍ୟାର ଖୁଡିଙ୍କୁ ମାଡ ମାରିଥିଲେ ବରପକ୍ଷ । ଏପରିକି ଖୋଦ ବର ନିଜେ ଛାତ ଉପରକୁ ଯାଇ ପାଟିତୁଣ୍ଡ କରିବା ପରେ ବିବାଦ ଅଧିକ ଉଗ୍ରରୂପ ନେଇଥିଲା । ଆଉ ଏହାପରେ କନ୍ୟାର ଗାଁ ଲୋକ ବରଯାତ୍ରୀଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିଲେ। ତେବେ ବିବାଦର ସମାଧାନ ପୂର୍ବରୁ ଖୋଦ୍‌ କନ୍ୟା ପ୍ରିୟରଞ୍ଜନଙ୍କୁ ବିବାହ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ । ବରପକ୍ଷ ମଦ ପିଇ ଏଭଳି ଆଚରଣ କରିଥିବା ଅଭିଯୋଗ ଆଣିଥିଲେ କନ୍ୟାପକ୍ଷ । ଆଉ ଏହା ସହ ବର ଓ ବରପକ୍ଷଙ୍କୁ ଅଟକ ରଖିଥିଲେ । ସ୍ଥାନୀୟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ କ୍ଷତିପୂରଣ ବାବଦକୁ ଟଙ୍କା ଦେବା ପରେ ବରପକ୍ଷ ଏଠାରୁ ମୁକୁଳିବେ ବୋଲି କନ୍ୟାପକ୍ଷ ଜିଦ୍‌ ଧରିଥିଲେ । ଆଉ ଶେଷରେ ପୁଲିସ ଉପସ୍ଥିତିରେ ୬ ଲକ୍ଷ ଟଙ୍କା ଦେଇ ଦୀର୍ଘ ୧୮ ଘଣ୍ଟା ପରେ ବର ବିବାହ ବିନା ଶିଶୁପାଳ ହୋଇ ‘ପ୍ରିୟରଞ୍ଜନ’ ଫେରିଥିଲେ । ଆଉ ମଙ୍ଗୁଳା କନ୍ୟାକୁ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବକ ବିବାହ କରିଥିବା ଜଣାପଡିଛି।

Advertisement