ବ୍ରହ୍ମପୁର ୨୦ /୦୬(ବିଶ୍ୱରଞ୍ଜନ): ବ୍ରହ୍ମପୁର ଏସ୍ପି ପ୍ରେସ ବିବୃତି ଜରିଆରେ ହିଲପାଟନା ସ୍ଥିତ ହେରିଟେଜ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନିଙ୍କ ହତ୍ୟା ଖୁଲାସା କରି ହତ୍ୟାକୁ ଦୁର୍ବୁତ୍ତ ମାନେ କିପରି ରୂପ ରେଖା ଦେଇଥିଲେ ତାହାର ସମ୍ପୂର୍ଣ ବିବରଣୀ ଦେଇଥିଲେ । ଗତ ୧୩/୦୬/୨୦୨୦ ଦିନ ରାତିରେ ୫ ଜଣ ଦୁର୍ବୁତ୍ତ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗାମୁଛାରେ ଶ୍ୱାସଋଦ୍ଧକରି ହତ୍ୟା କରିଥିଲେ । ଘଟଣାକୁ ଗୋଷାଣୀ ନୂଆଗାଁ ପୋଲିସ ପିଏସ କେସ ନଂ ୮୭/୨୦୨୦ ରୁଜୁ କରି ହତ୍ୟା ଘଟଣାର ଖୋଲ ତାଡ଼ କରି ଦୁର୍ବୁତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ତନ୍ମଧ୍ୟରୁ ରୁପେଶ ପାଢ଼ୀ (୨୫ ବର୍ଷୀୟ) ନାମକ ଦୁର୍ବୁତ୍ତ ନେହେରୁ ନଗର ନିବାସୀ ବ୍ୟବସାୟୀଙ୍କ କ୍ଷୀର ଗାଡି ଚାଳକ ଭାବରେ କାଯ୍ୟକରୁ ଥିବାର ସୂଚନା ମିଳିଛି ଏବଂ ସମସ୍ଥ ଘଟଣାର ମାଷ୍ଟ୍ରମାଇଣ୍ଡ ଥିଲା । ସେହିପରି ଅନ୍ୟ ଆସାମୀମାନେ ହେଲେ ଶିବ ମହାକୁଡ଼ ନେହେରୁ ନଗର ୯ ମ ଲାଇନ ନିବାସୀ ଏବଂ ରଞ୍ଜିତ ସାହୁ ଭିଷ୍ମଗିରି ନିବାସୀକୁ ପୋଲିସ ଧରିବାରେ ସକ୍ଷମ ହୋଇଛି ସେହିପରି ଶଙ୍କର ସାହୁ ଏବଂ ଶ୍ରୀନୁ ପାତ୍ର ଫେରାର ଥିବା ସୂଚନା ଅଛି ।ଏବଂ ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା ଏବଂ ବିପୁଳ ପରିମାଣର ସୁନା ଜବତ କରିବାରେ ପୋଲିସ ସକ୍ଷମ ହୋଇଛି । ଦୁର୍ବୃତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
















