ADVERTISEMENT
Home ଆଞ୍ଚଳିକ ଡାଳିମ୍ବପୁରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ

ଡାଳିମ୍ବପୁରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ

235
ADVERTISEMENT

ଗଜପତି, ୨୦। ୬(ପ୍ରଭାତ କୁମାର ପାତ୍ର ): ଗୋଷାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ଡାଳିମ୍ବପୁରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି ପ୍ରଶାସନ, କ୍ୱାରାଣ୍ଟାଇନ ପିରିୟଡ ପରେ ଘରକୁ ଫେରିଥିବା ୭ ପ୍ରବାସୀ ଆକ୍ରାନ୍ତ ଚିହ୍ନଟ ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ । ତାର ନିକଟବର୍ତ୍ତୀ ୨ କିଲୋମିଟର ଅଞ୍ଚଳକୁ ବଫର ଜୋନ ଭାବରେ ଘୋଷଣା କରିଛି । ଜିଲ୍ଲାରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସର୍ବାଧିକ ଆକ୍ରାନ୍ତ ଗୋଷାଣି ବ୍ଳକର । ପୁର୍ବରୁ ଏବଂ ବର୍ତ୍ତମାନ କ୍ୱାରାଣ୍ଟାଇନ ପିରିୟଡ ପରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଗୋଷାଣି ବ୍ଳକର, ଗୋଷାଣି ବ୍ଳକର ପ୍ରଥମେ ତାଟିପେଟି ଓ ପରେ ଟାମ୍ପ୍ରାକାଭିଟ, ଇପଲଡା ଏବଂ ପୁଣି ଆଜି କେରାଣ୍ଡି ପଞ୍ଚାୟତର ଡାଳିମ୍ବପୁରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି ପ୍ରଶାସନ। ଉକ୍ତ ସମସ୍ତ ଅଞ୍ଚଳରେ ଗମନାଗମନ ଉପରେ କଟକଣା ଜାରି ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇ ତଦାରଖ ପାଇଁ ବିଭିନ୍ନ ଅଧିକାରିଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

Advertisement