ଖୋର୍ଦ୍ଧାରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ ;

357
ADVERTISEMENT

ଖୋର୍ଦ୍ଧା,୧୦/୭ (ଡି.ଏଚ.ବି): ସୀମା ଟପିଲା ବର୍ବରତା, କାମନା ଆଗରେ ବଳି ପଡିଲା ମାନବିକତା । ଖୋର୍ଦ୍ଧା ତାପଙ୍ଗରେ ଆଜି ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଖୋର୍ଦ୍ଧା ଟାଉନ ଥାନାରେ ଏ ନେଇ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଖୋର୍ଦ୍ଧା ତାପଙ୍ଗ ଛକ ପାଖରେ ଥିବା ଏକ କ୍ରସରରେ ଜଣେ ଯୁବତୀଙ୍କୁ ଜଣେ ଦୃବୁର୍ତ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ମିଳିଥିବା ସୂଚନା ମୁତାବକ ପରିବାର ସହ କ୍ରସରରେ କାମ କରୁଥିଲେ ଯୁବତୀ | ଯୁବତୀଙ୍କ ମା ଘରେ ନଥିବାର ସୁଯୋଗ ନେଇ ସେଠାରେ କାମ କରୁଥିବା କ୍ରସର ଡ୍ରାଇଭର ଦୁଷ୍କର୍ମ ଉଦ୍ୟମ କରିଥିଲା | ତେବେ ଝିଅଟି କଥା କହିପାରୁନଥିବାରୁ ପଡୋଶୀ ଜାଣି ପାରିନଥିଲେ । ପରେ ଯୁବତୀଙ୍କ ମା ଘରକୁ ଫେରିବା ପରେ ଯୁବତୀ ଜଣକ ତାଙ୍କ ମାଙ୍କୁ ଘଟଣା ବାବଦରେ ଜଣାଇଥିଲେ । ଏହାପରେ ଯୁବତୀଙ୍କ ମା ଖୋର୍ଦ୍ଧା ଟାଉନ ଥାନାରେ ଏ ନେଇ ଅଭିଯୋଗ କରିଥିଲେ ।

Advertisement