Thursday, October 8, 2026
ADVERTISEMENT
Home ଆଞ୍ଚଳିକ ଗୋଷାଣି ବ୍ଲକରେ ପଜିଟିଭ୍ ଚିହ୍ନଟ ହେବାପରେ ୨ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗୋଷାଣି ବ୍ଲକରେ ପଜିଟିଭ୍ ଚିହ୍ନଟ ହେବାପରେ ୨ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

235
ADVERTISEMENT

ଗଜପତି/ପାରଳାଖେମୁଣ୍ଡି, ୧୮।୬(ପ୍ରଭାତ କୁମାର ପାତ୍ର ): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ଗ୍ରାମରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ତାମ୍ଫର କଇଠାର ମଧ୍ଯ ଗୋଟିଏ ପଜିଟିଭ୍ ଚିହ୍ନଟ ହେବା ପରେ ବିଭିନ୍ନ ଅଞ୍ଚଳକୁ କଣ୍ଟାଇନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି ଉପଲଡା ଗ୍ରାମରେ ମୋଟ ୩୭୦ ପରିବାରଙ୍କ ଓ ତାମ୍ଫରକଇଠା ଗ୍ରାମର ସମସ୍ତ ପରିବାରର ସ୍ୱାବ ପରୀକ୍ଷା କରାଯିବା ସ୍ଥିର ହୋଇଛି । ଉପଲଡାଗ୍ରାମର ଉପର ସାହି, ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ନିକଟସ୍ଥ ଅଞ୍ଚଳ, ବଜାର ସାହି ,ରେଲି ସାହି, କୁମ୍ଭାର ସାହି ଇତ୍ୟାଦି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ଏହି ସବୁ ଅଞ୍ଚଳରେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ । ଯେ କୌଣସି ବ୍ୟକ୍ତି ଯାତାୟତ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏହି ୨ ଗ୍ରାମବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ବିଷୟ ଉପରେ ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ, ଓ ସହକାରୀ ଯନ୍ତ୍ରୀ ବାଳକୃଷ୍ଣ ପଣ୍ଡା ପ୍ରମୁଖଙ୍କୁ ଦାୟୀତ୍ୱ ଦିଆଯାଇଛି । ଆଜି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସଂପୃକ୍ତ ଅଞ୍ଚଳ ଗ୍ରସ୍ତ କରି କଣ୍ଟେନମେଣ୍ଟ ଜୋନ୍‌ର ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ସମସ୍ତ ବିଷୟକୁ ତଦାରଖ କରି ଫେରିଛନ୍ତି ।

Advertisement