ବ୍ରହ୍ମପୁର,୧୦/୭ (ଡି.ଏଚ.ବି) : ଗ୍ରେଟର୍ ବ୍ରହ୍ମପୁରରେ ସିଟି ବସ୍ ସେବା ପ୍ରଥମ ପର୍ଯ୍ୟାୟରେ ସରକାର ୨୬ଟି ବସ୍ ଚଳାଇଥିଲେ। ପରବର୍ତ୍ତୀ ସମୟରେ ଆଉ ୬ଟି ସାମିଲ କରି ୩୨କୁ ବୃଦ୍ଧି କରାଯାଇଥିଲା। ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲି. ପକ୍ଷରୁ ଆଉ ୧୦ଟି ନୂଆ ବସ୍ ଅଣାଯାଇଥିଲା। ଇତିମଧ୍ୟରେ ବର୍ଷେ ବିତିଛି । କିନ୍ତୁ ରାଜ୍ୟ ସରକାରଙ୍କ ଅନୁମତି ମିଳୁ ନ ଥିବାରୁ ଏହି ବସ୍ଗୁଡିକ ଲାଗି ନୂତନ ରୁଟ୍ ପର୍ମିଟ୍ ମିଳୁନାହିଁ। ଫଳରେ ଏହି ବସ୍ ଗୁଡିକ ଏବେ ହଳଦିଆପଦର ଟର୍ମିନାଲରେ ପଡ଼ିପଡ଼ି ଖତ ଖାଉଛି । ବ୍ରହ୍ମପୁର ସହରରେ ୨୦୧୪ ମସିହାରେ ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ୍ ଲିମିଟେଡ୍ (ଜିୟୁଟିଏସ୍ଏଲ୍) ଅଧୀନରେ ସିଟିବସ୍ ସେବା ଆରମ୍ଭ କରା ଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର ସହରକୁ ୩୨ଟି ସିଟି ବସ୍ ମିଳିଥିଲା। କିନ୍ତୁ ଏତେ ସ˚ଖ୍ୟକ ବସ୍ ଚଳାଚଳକୁ ନେଇ ତତ୍କାଳୀନ ପରିବହନ ସ˚ସ୍ଥା ଓଏସ୍ଆର୍ଟିସି ମନା କରିବା ଦ୍ବାରା ୬ଟି ବସ୍କୁ ରାଉରକେଲା ଏସ୍ୟୁଟିଟିକୁ ପଠାଇ ଦିଆଯାଇଥିଲା । ଓଏସ୍ଆରଟିଏସ ପ୍ରାୟ ଦେଢ ବର୍ଷ ସିଟି ବସ ସେବାକୁ ପରିଚାଳନା କରିଥିଲା । କିନ୍ତୁ ଦେଢ ବର୍ଷରେ ପ୍ରାୟ ୧୪ଲକ୍ଷ କ୍ଷତି ସହିବାରୁ ଓଏସ୍ଆରଟିସି ସିଟି ବସ୍ ସେବା ପରିଚାଳନା କରିବାକୁ ଅମଙ୍ଗ ହୋଇଥିଲା । ଏହାପରେ ଜିୟୁଟିଏସ୍ଲ କର୍ତ୍ତୃପକ୍ଷ ସିଟିବସ ସେବା ପରିଚାଳନା ଦାୟିତ୍ବ ଏକ ଘରୋଇ ସ˚ସ୍ଥାକୁ ଦେବାକୁ ସ୍ଥିର କରିଥିଲେ । ୨୦୧୫ ଶେଷ ଭାଗରେ ଉକ୍ତ ଘରୋଇ ସ˚ସ୍ଥା ସିଟିବସ୍ ସେବାର ପରିଚାଳନା ଦାୟିତ୍ବ ନେଇଥିଲା । ଏହାପରେ ରାଉରକେଲା ଯାଇଥିବା ୬ଟି ବସ୍କୁ ଫେରାଇ ଅଣାଯାଇଥିଲା । ବର୍ତ୍ତମାନ ବ୍ରହ୍ମପୁର ସହର ସମେତ ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ, ନନ୍ଦିକ ଆଦି ରୁଟ୍ରେ ୩୨ଟି ବସ୍ ଚାଲଛି। ଏହି ବସ୍ ସ˚ଖ୍ୟା ବୃଦ୍ଧି କରିବାକୁ ଜିୟୁଟିଏସ୍ଏଲ ପକ୍ଷରୁ ସ୍ଥିର ହୋଇ ୧୦ଟି ନୂତନ ବସ୍ ଅଣାଯାଇଥିଲା । ଏବେ ଏହି ବସ୍ ଗୁଡିକରେ ଧୂଳି ଧୂସରର ଆସ୍ତରଣ ଜମିବା ସହିତ ରଙ୍ଗ ହରାଇବାକୁ ବସିଲାଣି ।