Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଆଇନଜୀବୀ ସଙ୍ଘ ତରଫରୁ ସଭାପତି ଓ ସଂପାଦକ ମନୋନୀତ

ଗଞ୍ଜାମ ଜିଲ୍ଲା ଆଇନଜୀବୀ ସଙ୍ଘ ତରଫରୁ ସଭାପତି ଓ ସଂପାଦକ ମନୋନୀତ

345
ADVERTISEMENT

ବ୍ରହ୍ମପୁର,୧୭/୬(ବିଶ୍ୱରଂଜନ ବହିଦାର):କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବ୍ରହ୍ମପୁର ଓକିଲ ସଂଘର ସଂପାଦକ ଭାବେ ଓକିଲ ସୁଧାଂଶୁ ଶେଖର ପଣ୍ଡା ମନୋନୀତ ହେଲେ । ସେ ପୂର୍ବରୁ ଗଞ୍ଜାମ ଓକିଲ ସଂଘର ସଭାପତି ଭାବେ କାର୍ଯ୍ୟ ତୁଲାଇବାରେ ଯଥେଷ୍ଟ ଅଭିଜ୍ଞତା ଅଛି। ଯଥା ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ବର୍ଷ ନିର୍ବାଚନ କରିବାକୁ ରୋକ୍ ଲଗାଇଥିଲେ । ଏହା ଫଳରେ ରାଜ୍ୟ ଆଇନଜୀବୀ ସଙ୍ଘକୁ ସମସ୍ତ ଜିଲ୍ଲାର ସଭାପତି ଏବଂ ସଂପାଦକ ଚୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ରାଜ୍ୟ ଆଇନଜୀବୀ ମନୋନୟ କମିଟି ପକ୍ଷରୁ ଆଇନଜୀବୀ ଭଗବାନ ସାହୁଙ୍କୁ ସଭାପତି ଏବଂ ସଂପାଦକ ଭାବେ ସୁଧାଂଶୁ ଶେଖର ପଣ୍ଡାଙ୍କୁ ମନୋନିତ କରିଥିଲେ ।ଏହା ଫଳରେ ସମସ୍ତ ଗଞ୍ଜାମ ଆଇନଜୀବୀ ସଙ୍ଘ ତରଫରୁ ମନୋନୀତ ପାର୍ଥିଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା ।

Advertisement