ବ୍ରହ୍ମପୁର,୧୭/୬(ଗୁରୁ ପ୍ରସାଦ ପଟ୍ଟନାୟକ):ବର୍ତମାନ ବିଶ୍ୱ ବ୍ୟାପୀ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏଥିଯୋଗୁଁ ଗଞ୍ଜାମ ଏସପି ଓ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ୧୯ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ” ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ” କୁହାଯାଉଛି, ଏବଂ ମାସ୍କ୍ ନ ପିନ୍ଧିବା ହେତୁ ଜନସାଧାରଣ ତଣ୍ଡ ଗଣୁଛନ୍ତି ,କିନ୍ତୁ ପ୍ରଶାସନ ଚୁପ୍ । ବ୍ରହ୍ମପୁରସ୍ଥିତ ଟାଟାବେଞ୍ଚ ଛକରେ କାର୍ଯ୍ୟରତ ଥିବା ପୋଲିସ ଜିଲ୍ଲାପାଳଙ୍କ ନିୟମକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି ।

















