ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

237
ADVERTISEMENT

ଦିଗପହଣ୍ଡି, ୧୦/୭ (ଡି.ଏଚ.ବି): ସରପଞ୍ଚଙ୍କ ଘରେ ପଶିଲା ଭିଜିଲାନ୍ସ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି | ସରପଞ୍ଚଙ୍କ ନାମ ଉଷାନ୍ତ ସାହୁ ହୋଇଥିବାବେଳେ ସେ ଗଞ୍ଜାମ ଆଙ୍କରୋଡା ଗ୍ରାମପଂଚାୟତର ସରପଂଚ ଥିବାର ଜଣାପଡିଛି | ବିଭିନ୍ନ ସମୟରେ ଦୁର୍ନୀତି କରୁଥିବାର ତାଙ୍କ ନାମରେ ଅଭିଯୋଗ ଆସିଥିଲା ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା | ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଉପରେ ଚଢ଼ାଉ କରାଯାଇଛି | ଭିଜିଲାନ୍ସ ପକ୍ଷରୁ ପଂଚାୟତ ଅଫିସ ସହ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି | ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି ଯେ ଉଷାନ୍ତଙ୍କ ନାମରେ ଆୟ ବହିର୍ଭୁତ ସମ୍ପତି ଠୁଳର ଅଭିଯୋଗ ଆସିଥିଲା | ଏହାପପରେ ଭିଜିଲାନ୍ସର ୬ଟି ଟିମ ପକ୍ଷରୁ ବର୍ତ୍ତମାନ ଚଢ଼ାଉ କରାଯାଉଛି | ତେବେ ବର୍ତ୍ତମାନ ଚଢ଼ାଉ ଚାଲିଥିବାରୁ କେତେ ଟଙ୍କା ଜବତ ହୋଇଛି ତାହାର ଆକଳନ କରାଯାଇନାହିଁ | ଚଢ଼ାଉ ପରେ ହିଁ କେତେ ଟଙ୍କାର ସମ୍ପତ୍ତି ରହିଛି ତାହା ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି |

Advertisement