Saturday, September 26, 2026
ADVERTISEMENT
Home ଆଞ୍ଚଳିକ ଅର୍ଥର ଅଭାବ ହେତୁ ନିଜ ହାତରେ କାଟୁଥିଲେ ମାଂସ ପିଣ୍ଡଳା

ଅର୍ଥର ଅଭାବ ହେତୁ ନିଜ ହାତରେ କାଟୁଥିଲେ ମାଂସ ପିଣ୍ଡଳା

492
ADVERTISEMENT

କନ୍ଧମାଳ, ୧୨।୬( ସୁରେଶ କୁମାର ପଣ୍ଡା): ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଗଡ଼ପବାଲି ଗ୍ରାମର ମିଶା ମୁଠାମାଝୀ ବୟସ ୫୦ ବର୍ଷ । ବ୍ୟକ୍ତିଙ୍କ ବେକ ପାଖରେ ମାଂସ ପିଣ୍ଡଳା ବଢ଼ିବାରେ ଚାଲିଥିଲା । ୩ ବର୍ଷ ପୂର୍ବେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଡାକ୍ତର କଟକ କିମ୍ବା ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯିବା ପାଇଁ କହିଥିଲେ । କିନ୍ତୁ ଗରିବ ଅସହାୟ ଲୋକ ହୋଇଥିବାରୁ ଅର୍ଥରେ ବାଧକ ସାଜିଥିବାରୁ ସେ ଏକ ଛୁରୀରେ କାଟିଥିଲେ । ଏବେ ପୁଣି ସେହି ମାଂସ ପିଣ୍ଡଳା ବଢ଼ିବାରେ ଲାଗିଛି ।ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ କଲେ । ଏହାର ଅସ୍ତ୍ରୋପଚାର ହୋଇପାରିବ ବୋଲି ତାଙ୍କ ପରିବାର ଲୋକ କହିବା ସହ ଗ୍ରାମବାସୀ କହିଛନ୍ତି ।

Advertisement