ଓଭରବ୍ରିଜ୍ ତଳେ ଶୋଇଥିବା ପିଲାଙ୍କ ଉପରେ ମାଡ଼ିଗଲା ଗାଡ଼ି ;

222
ADVERTISEMENT

ରାୟଗଡ଼ା, ୯/୭( ମନୋଜ ପାତ୍ର) : ରାୟଗଡ଼ାରେ ହିଟ୍ ଆଣ୍ଡ ରନ୍। ଓଭରବ୍ରିଜ୍ ତଳେ ଶୋଇଥିବା ବୁଲା ବିକାଳିଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି। ଏଥିରେ ୨ ଜଣ ଖେଳଣା ବିକାଳି ବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଖେଳଣା ବିକାଳି ବାଳକ ଓଭରବ୍ରିଜ୍ ତଳେ ଶୋଇଥିବାବେଳେ ଭୋର୍ ସମୟରେ ଏକ ଅଜଣା ଗାଡ଼ି ଦ୍ରୁତଗତିରେ ଆସି ପିଲାଙ୍କ ଗୋଡ଼ ଉପରେ ମାଡ଼ିଯାଇଥିଲା । ସଂପୃକ୍ତ ୨ ଜଣ ବାଳକଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨ ଜଣ ଆହତ ବାଳକ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଅର୍ଜୁନ ଶବର ଏବଂ ଶେଖର ଶବର । ରଥଯାତ୍ରା ପାଇଁ ପରିବାର ସହ ସେମାନେ ରାୟଗଡ଼ା ଆସି ଖେଳଣା ବିକ୍ରି କରୁଥିଲେ।

Advertisement