ବ୍ରହ୍ମପୁର, ୯/୭,(ଇ .ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୂର ପଞ୍ଚାୟତ ଗୁଠବନ୍ଧ ଗ୍ରାମରେ ଦେଖା ଦେଇଛି ଜଳ ସମସ୍ୟା ପାନୀୟ ଜଳ ପାଇଁ ଗ୍ରାମବାସୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସାଧାରଣରେ ଚର୍ଚ୍ଚା ଏହା ଯେ ଦୀପତଳ ଅନ୍ଧାର ଭଳି ଦେଖିବାକୁ ମିଳିଛି । କାରଣ ଦକ୍ଷିଣପୂର ଗ୍ରାମପଂଚାୟତ ଘାଇରୁ ପାଣି ବ୍ରହ୍ମପୁର ସହର ବାସି ଶୋଷ ମେଣ୍ଟାଉଥିବା ବେଳେ, ସେହି ଗ୍ରାମର ଏହିଭଳି ଲୋକେ ହାହାକାର ଦୃଶ୍ୟ ଲଜିତ କରିଛି ।ଏହି ଗ୍ରାମରେ ମୋଟ ୫ଟି ୱାର୍ଡ ରେ ପ୍ରାୟ ୨000 ରୁ ଅଧିକ ଲୋକ ବାସ କରୁଛନ୍ତି । ଅଜାକୁ ପ୍ରାୟ ୭ ଦିନ ଧରି ଗ୍ରାମରେ ଜଳଯୋଗାଣ ହୋଇନାହିଁ । ଫଳରେ ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି ପାଇଁ ଗ୍ରାମବାସୀ ମାନେ ଗ୍ରାମର ପାର୍ଶ୍ୱରେ ଥିବା ହ୍ରଦ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ରିକ୍ସା ଦ୍ୱାରା ପାଣି ନେଇ ଗ୍ରାମରେ ଘୋରାଇ ବ୍ୟବହାର କରନ୍ତି । ଗ୍ରାମବାସୀ ମାନେ ବାରମ୍ବାର ବ୍ଲକ, ପ୍ରଶାସନ ଓ ସରପଞ୍ଚଙ୍କୁ ଅଭିଯୋଗ କରି ନିରାଶ ହୋଇଛନ୍ତି ।