Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜେଇ ଜବତ ୨ ଯୁବକ ଗିରଫ

ଗଞ୍ଜେଇ ଜବତ ୨ ଯୁବକ ଗିରଫ

456
ADVERTISEMENT

ଖଜୁରୀପଡ଼ା,୫।୬(ଅନନ୍ତ କୁମାର ଦିଗାଲ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପୋଲିସ ଗତକାଲି ଏକ ମୋଟରସାଇକେଲରେ ୧୧ କେଜି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଖଣ୍ଡପଡ଼ା ଥାନା ଅଞ୍ଚଳ ଦୁଇ ଯୁବକ ଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ମାନେ ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଥାନାଅଧିକାରୀ ରମାକାନ୍ତ ପାତ୍ର ଅଭିଯୁକ୍ତମାନଙ୍କୁ ଗାଡି ସହ ଅଟକ ରଖି ଆଜି କେଶ ନଂ ୫୦/୨୦ ରେ କୋର୍ଟ ଚାଲାଣ କରିଛନ୍ତି।ମାମଲା ର ତଦନ୍ତ ଦାଇତ୍ୱ ସବଇନସ୍ପେକ୍ଟର ଉଦ୍ଧବ କୁମାର ଯାନୀଙ୍କୁ ହସ୍ତାନ୍ତର କରାଯାଇ ତଦନ୍ତ ଚାଲିଥିବା ସୂଚନା ଥାନାଅଧିକାରୀ ଶ୍ରୀ ପାତ୍ର ପ୍ରଦାନ କରିଛନ୍ତି । ଖଜୁରୀପଡ଼ା ଅତିରିକ୍ତ ତହସିଲଦାର ଶ୍ରୀ ମନୋଜ କୁମାର ପାଢ଼ୀଙ୍କ ଉପସ୍ଥିତରେ ଜବତ୍ ହୋଇଥିବା ଗଞ୍ଜେଇକୁ ସିଲ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Advertisement