ADVERTISEMENT
Home ଆଞ୍ଚଳିକ ଗଜପତିରେ ପୁଣି ଜଣେ ଯୁବକଙ୍କ ଆକସ୍ମିକ ମୃତ୍ୟୁ

ଗଜପତିରେ ପୁଣି ଜଣେ ଯୁବକଙ୍କ ଆକସ୍ମିକ ମୃତ୍ୟୁ

258
ADVERTISEMENT

ଗଜପତି୧/୬(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ବାପୁଜୀ ପେଣ୍ଠର ପୁଣି ଜଣେ ଯୁବକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ କହିବା ପ୍ରକାରେ ସକାଳୁ ଗାଇ ଚଳାଇବାକୁ ଯାଇ ପ୍ରାୟ ୯ ଘଣ୍ଟା ସମୟରେ ଶରୀରରେ ଅସୁସ୍ଥତା ଅନୁଭବ କରି ଘରକୁ ଫେରିଥିଲେ, ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲ ନିଆଯାଇଥିଲା, ସେଠାରୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ସେଠାରେ, ବିଷ ପ୍ରକ୍ରିୟାରେ ଯୁବକ ମୃତ ହୋଇଥିବା ଡାକ୍ତର କହିଥିଲା ବେଳେ, କାରଣ ଅସ୍ପଷ୍ଟ। ମୃତକ ହେଉଛନ୍ତି, ଗୁରାଣ୍ଡି ବାପୁଜୀ ପେଣ୍ଠର ୧୮ବର୍ଷ ବୟସ୍କ ରିଙ୍କୁ ଆପଟ, ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କଲେ।

Advertisement