Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଲକଡାଉନରେ ଅଧିକ କ୍ଷତିଗ୍ରସ୍ତ ହେଲେ ଲାଇଟ ଏଣ୍ଡ ସାଉଣ୍ଡ ଟେଣ୍ଟ ମାଲିକ ଓ...

ଲକଡାଉନରେ ଅଧିକ କ୍ଷତିଗ୍ରସ୍ତ ହେଲେ ଲାଇଟ ଏଣ୍ଡ ସାଉଣ୍ଡ ଟେଣ୍ଟ ମାଲିକ ଓ ଶ୍ରମିକ

399
ADVERTISEMENT


କନ୍ଧମାଳ, ୩୧।୫(ଅନନ୍ତ ଦିଗାଳ): ସାରା ବିଶ୍ୱରେ ମହାମାରୀ କୋରନା କାୟା ବିସ୍ତାର କରିଛି । ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖିସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟ ଲକ ଡାଉନ ଚାଲିଛି କିନ୍ତୁ କିଛିମାତ୍ରାରେ କଟକଣା କୋହଳ କରାଯାଇଛି । ଚା ଦୋକାନ ବଜାର ଖୋଲିଛି । ବସ ରେଳ ଚଳାଚଳ କରୁଛି କଳ ଶ୍ରମିକ ଶ୍ରେଣୀର ଲୋକେ ସାମାଜିକ ଦୂରତା ରକ୍ଷାକରି କାମ ଧନ୍ଦl ବି ଆରମ୍ଭ କରିଛି। କୃଷକ ମଧ୍ୟ ଚାଷକାମ ଆରମ୍ଭ କରିଛି l ସାମାଜିକ ଧାର୍ମିକ କାର୍ଯ୍ୟକ୍ରମ ବିବାହ ବ୍ରତ ଯାନୀ ଯାତ୍ରା ମେଲଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଦ୍ୟାବଧି କଟକଣା ଲାଗିଛି । ଦୀର୍ଘ ତିନିମାସରୁ ଉର୍ଦ୍ଧ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ସମ୍ପୂର୍ଣ ବନ୍ଦ ରହିଛି କେବେ କଟକଣା ମୁକ୍ତହେବ କହିହବନି l ଚଳିତ ବର୍ଷ ସିଜନ ସମୟରେ କୋରନା ଆସି ସବୁଠୁ ଅଧିକ କ୍ଷତି ସହିବାକୁ ପଡିଛି । ଲାଇଟ ସାଉଣ୍ଡ ଟେଣ୍ଟ ମାଲିକ ମାନେ ତତସହିତ ଲାଇଟ ସାଉଣ୍ଡ ଟେଣ୍ଟ ଉପରେ ନିର୍ଭରକରି ଚଳୁଥିବା ଟେକ୍ନିସିଆନ ମିସ୍ତ୍ରୀ ଶ୍ରମିକ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି l ଟେଣ୍ଟ ମାଲିକ ଓ କର୍ମଚାରୀ ଏହି ବିବାହ ସିଜନରେ ବର୍ଷ ତମାମ ପାଇଁ ଆୟ କରିଥାନ୍ତି କିନ୍ତୁ କୋରନା ଯୋଗୁଁ ଟେକ୍ନିସିଆନ ମିସ୍ତ୍ରୀ ଶ୍ରମିକ ଓ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ମକରୁଥିବା କର୍ମଚାରିଙ୍କ ଘରେ ଚୁଲି ଜଳୁନି ଭୋକ ଉପବାସରେ ପଡ଼ିରହିଛନ୍ତି । ଦିନକୁ ଦିନ ଦୁର୍ଦ୍ଦଶା ବଢୁଛି l ସରକାର ସତେ ଯେପରି ଏମାନଙ୍କ କଥା ଭୁଲିଯାଇଛନ୍ତି । ସମସ୍ତଙ୍କୁ କିଛି ନା କିଛି ସାହାଯ୍ୟ ଓ ସହଯୋଗ ପ୍ରଶାସନ କରିଥିବା ବେଳେ ଏହି ଅନୁଷ୍ଠାନର ଶ୍ରମିକ ମାନଙ୍କ ପ୍ରତି ଆଖିବୁଜି ଦେଇଛି l ସରକାର ଲାଇଟ ସାଉଣ୍ଡ ଟେଣ୍ଟ ମାଲିକ ଓ କର୍ମଚାରୀଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ କନ୍ଧମାଳ ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ଓ କର୍ମଚାରୀ ସଂଘ ପକ୍ଷରୁ ଦୃଢ଼ ଦାବି ହେଉଛି l

Advertisement