Wednesday, November 18, 2026
ADVERTISEMENT
Home ଆଞ୍ଚଳିକ “ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତଗାନ କରିବା ସହ ପୁଷ୍ପ ବୃଷ୍ଟି କରି ସମ୍ମାନିତ କରିଛନ୍ତି...

“ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତଗାନ କରିବା ସହ ପୁଷ୍ପ ବୃଷ୍ଟି କରି ସମ୍ମାନିତ କରିଛନ୍ତି ସରପଞ୍ଚ

425
ADVERTISEMENT

କନ୍ଧମାଳ, ୩୧ା୫(ସୁରେଶ ପଣ୍ଡା): ଜିଲ୍ଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କରୋନା ଯୋଦ୍ଧାଙ୍କୁ ୩0ତାରିଖ ୫ଟା୩0 ମିନିଟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ସମ୍ମାନିତ କରିବା ନିମନ୍ତେ ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ଅଫିସରେ ପାଳନ ହୋଇଯାଇଛି । ବାଟାଗୁଡ଼ା ସରପଞ୍ଚ ମେନକା ମଳିକଙ୍କ ନେତୃତ୍ୱରେ ଆସିଥିବା ଗ୍ରାମର ମହିଳା ମାନଙ୍କୁ ସାନିଟାଇଜେର କରିବା ପରେ ମାସ୍କ ଦିଆଯାଇଥିଲା । ଏହାପରେ ପୁଷ୍ପ ବୃଷ୍ଟି କରାଯିବା ପରେ ସଙ୍ଗୀତ ଗାନ କରିଥିଲେ । ଏହାପରେ ବାଟାଗୁଡ଼ାର ମହିଳା ସ୍ୱାସ୍ଥ୍ୟ କର୍ମୀ ପୁଷ୍ପାଞ୍ଜଳି ଦିଗାଳ, ଗ୍ରାମର ସମସ୍ତ ଅଙ୍ଗନୱାଡ଼ି, ଆଶାକର୍ମୀଙ୍କୁ ସମ୍ମାନିତ କରିଥିଲେ ।

Advertisement