Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଦୁତିପଡ଼ା ସଙ୍ଗରୋଧ କେନ୍ଦ୍ରରେ ଉତ୍କଳ ସଙ୍ଗୀତ ଗାନ କଲେ ପ୍ରବାସୀ ଓଡ଼ିଆ

ଦୁତିପଡ଼ା ସଙ୍ଗରୋଧ କେନ୍ଦ୍ରରେ ଉତ୍କଳ ସଙ୍ଗୀତ ଗାନ କଲେ ପ୍ରବାସୀ ଓଡ଼ିଆ

604
ADVERTISEMENT

ଖଜୁରୀପଡ଼ା,୩୧।୫(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧିନସ୍ଥ ଦୁତିପଡ଼ା ଗ୍ରାମପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ହୋଇଥିବା ଟିଏମସି କେନ୍ଦ୍ର ରେ ୮୪ ପ୍ରବାସୀ ଓଡ଼ିଆ ଙ୍କ ସହ ପଞ୍ଚାୟତ ସରକାରୀ କର୍ମଚାରୀ ଜନପ୍ରତିନିଧି ମିଳିତ ଭାବେ ବନ୍ଦ ଉତ୍କଳ ଜନନୀ କାର୍ଯ୍ୟକ୍ରମ ପାଳନ କରିଛନ୍ତି। ଦୁତିପଡ଼ା ଗ୍ରାମପଞ୍ଚାୟତ ପିଇଓ ସୁନିଲ କୁମାର ବେହେରା ସରପଞ୍ଚ ଭାନୁପ୍ରୀୟା ଯାନୀ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁକଦେବ ପ୍ରଧାନ ପ୍ରମୁଖ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରବାସୀ ଓଡ଼ିଆ ସାମାଜିକ ଦୂରତା ପାଳନ କରିଥିବା ବେଳେ ପିଇଓ ସୁନିଲ କୁମାର ବେହେରାଙ୍କ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଧନ୍ଯବାଦ ଦେଇଥିଲେ ।

Advertisement