ମିଟର ରିଡର ସଂଘର ବୈଠକ

223
ADVERTISEMENT

ପାରଳାଖେମୁଣ୍ଡି, ୮/୭,ପ୍ରଭାତ କୁମାର ପାତ୍ର : ପାରଳାଖେମୁଣ୍ଡି ନୀଳମଣି ଦୁର୍ଗାନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ ମିଟର ରିଡର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର କାଳୁ ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତପନ କୁମାର ଅଗସ୍ତି ଯୋଗଦେଇ ମିଟର ରିଡରଙ୍କ ପ୍ରତି କରାଯାଉଥିବା ଅନ୍ୟାୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାକୁ ନେଇ ଆଗାମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ନିଜର ହକ୍ ମାଗିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରାଜ୍ୟରେ ପ୍ରାୟ ୬ ହଜାର ବ୍ୟକ୍ତି ଗତ ୧୫ ବର୍ଷ ହେଲା ମିଟର ରିଡର ଭାବେ କାମ କରୁଛନ୍ତି । ସରକାରଙ୍କ ଘୋଷଣା ମୁତାବକ ସେମାନଙ୍କୁ କୈାଣସି ସୁବିଧା ସୁଯୋଗ ଯୋଗାଇ ଦିଆଯାଇନଥିବା ବେଳେ ଦରମା ମଧ୍ୟ ଧର୍ଯ୍ୟ ଦର ଠାରୁ କମ୍ ଦିଆଯାଉଛି। ତଥାପି ସେମାନେ ନିଜର କାମ ଠିକ୍ ଭାବେ କରି ଆସୁଛନ୍ତି। ତେବେ ବର୍ତ୍ତମାନ ଏହି ଦାୟିତ୍ୱ ମହିଳା ସଂଗଠନକୁ ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ଏଭଳି ହେଲେ ରାଜ୍ୟରେ ୬ ହଜାର ଯୁବକ ବେକାର ହେବା ସହ ତାଙ୍କ ଉପରେ ନିର୍ଭର କରୁଥିବା ୩୦ ହଜାର ଲୋକ ରୋଜଗାର ହରାଇବେ। ଫଳରେ ଏକ ଅସ୍ବାଭିକ ପରିସ୍ଥିତି ସୃଷ୍ଟି ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ନିଜର ନିସ୍ପତି ବଦଳାଇ ସେମାନଙ୍କୁ କାମ କରିବାର ସୁଯୋଗ ଦେବା ପାଇଁ ଦାବି କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସରକାରଙ୍କ ଘୋଷଣା ମୁତାବକ ୧୫ ବର୍ଷ ହେଲା ଦିଆଯାଇନଥିବା ସୁବିଧା ସୁଯୋଗ ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ସଂଘ ଦାବି କରିବାନେଇ ନିସ୍ପତି ହୋଇଛି ବୋଲି ସମ୍ପାଦକ ତପନ ଅଗସ୍ତି କହିଛନ୍ତି। ବୈଠକରେ ଜିଲ୍ଲାର ସମସ୍ତ ମିଟର ରିଡର ମାନେ ସାମିଲ ହୋଇଥିଲେ।

Advertisement