Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କରୋନା ଯୋଦ୍ଧାଙ୍କୁ ବିଜେଡ଼ି ପରିବାର ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି...

କରୋନା ଯୋଦ୍ଧାଙ୍କୁ ବିଜେଡ଼ି ପରିବାର ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ସମ୍ମାନିତ

514
ADVERTISEMENT


କନ୍ଧମାଳ, ୩୧ା୫(ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ): କନ୍ଧମାଳ ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଏହି କରୋନା ମହାମାରୀକୁ ଲଢ଼ିବା ପାଇଁ ଯୋଦ୍ଧା ମାନେ ଆଜି ପର୍ଯ୍ୟନ୍ତ ଦିନ ରାତି ଲାଗିପଡିଛନ୍ତି । ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କରୋନା ଯୋଦ୍ଧାଙ୍କୁ ୩0ତାରିଖ ୫ଟା୩0ମିନିଟରେ
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ସମ୍ମାନିତ କରିବା ନିମନ୍ତେ ଏହା ତୁମୁଡ଼ିବନ୍ଧ ବ୍ଲକରେ ବିଜୁ ଜନତା ଦଳ ପକ୍ଷରୁ ପାଳନ ହୋଇଯାଇଛି । ତୁମୁଡ଼ିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ବିଧାୟକ ପ୍ରତିନିଧି ଶ୍ୟାମ ସୁନ୍ଦର ବଡ଼ସେଠ, ବହୁ ବିଜେଡ଼ି କର୍ମୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କର୍ମୀ ସାନିଟାଇଜେର ହୋଇଥିବା ସହ ମାସ୍କ ପିନ୍ଧି ଗାନ କରିଥିଲେ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଗ୍ରାମର ସମସ୍ତ ଅଙ୍ଗନୱାଡ଼ି, ଆଶାକର୍ମୀଙ୍କୁ ସମ୍ମାନିତ କରିଥିଲେ ।

Advertisement