ଫୁଲବାଣୀ,୨୭।୫(ସୁରେଶ ପଣ୍ଡା): ଖରା ଯେତିକି ବଢୁଛି ଫୁଲବାଣୀ ସହରର ପାଣି ସମସ୍ୟା ସେତିକି ବଢୁଛି। ଦିନେ ଆସିଲେ ଦିନେ ପାଣି ଆସୁନଥିବା ସାହି ଲୋକ ଅଭିଯୋଗ କରିଛନ୍ତି । ସାହିରେ ଦୁଇଟି ନଳକୂଅ ଥିଲେ ମଧ୍ୟ ସେଥିରେ ଗୋଲି ପାଣି ବାହାରୁଛି ଯାହା ବେବହାର ଉପଯୋଗ୍ୟ ହେଇ ପାରୁନାହିଁ। ଏନେଇ ବାରମ୍ବାର ଜନସ୍ବାସ୍ଥ୍ୟ ବିଭାଗ କାର୍ୟ୍ୟାଳୟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। କୋରୋନ ସଂକ୍ରମଣରୁ ରକ୍ଷା ପାଇଁ ସରକାର ବାରମ୍ବାର ହାତ ଧୋଇବାକୁ କହୁଥିବା ବେଳେ ପିଇବାକୁ ପାଣି ମୁନ୍ଦେ ମିଳୁନାହିଁ। ତେଣୁ କେମିତି ହାତ ଧୋଇବୁ ବୋଲି ସାହି ବାସିନ୍ଦା କ୍ଷଭ ପ୍ରକାଶ କରିଛନ୍ତି। ରବିବାର ଠାରୁ ପାଣି ଆସିନଥିବା ଫଳରେ ସୋମବାର ସାହି ଲୋକ ଆମ୍ବଲପଡ଼ା ଚର୍ଚ୍ଚ ରୋଡକୁ ହାଣ୍ଡି ରଖି ଅବରୋଧ କରିଥିଲେ। ପାଣି ସମସ୍ୟା ର ସମାଧାନ ନହେବା ପର୍ୟ୍ୟନ୍ତ ସେମାନେ ରାସ୍ତାକୁ ହଟିବେ ନାହିଁ ବୋଲି କହିଛନ୍ତି । ପରେ ପୋଲିସ ଆସି ସେମାନଙ୍କୁ ବୁଝାସୁଝା କଳା ପରେ ଏବଂ ଜନସ୍ବାସ୍ଥ୍ୟ ଯାଇ ନିୟମିତ ପାଣି ଆସିବା ଲାଗି ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହାଟିଥିଲେ । ସେ ଏନେଇ ବିଦ୍ୟୁତ୍, ବିଭାଗ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି।

















