Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବ୍ରାହ୍ମଣୀଗାଁ ପୋଲିସ୍ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ବ୍ରାହ୍ମଣୀଗାଁ ପୋଲିସ୍ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

340
ADVERTISEMENT


ବାଲିଗୁଡା, ୨୭।୫(ସୁରେଶ ପଣ୍ଡା): ବ୍ରାହ୍ମଣୀ ଗାଁ ତା ୨୭୵୨୦ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣିଗାଁ ପୋଲିସ୍ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା  । ଏଠାରେ ଆଠଗୋଟି ଯଥା ହାତିମୁଣ୍ଟା, ତାଜୁଙ୍ଗି, ଗଦାପୁର, ସରାମଳି, ବ୍ରାହ୍ମଣିଗାଁ, ଝିନ୍ଜରିଗୁଡା, କୁମ୍ଭାରିଗାଁ, କାଟିଙ୍ଗା, ର ଲୋକମାନେ  ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କନ୍ଧମାଳ ଏସପି ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣିଗାଁ ପୋଲିସ୍ ପକ୍ଷରୁ ରକ୍ତଦାନ ମହାପୁଣ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫୁଲବାଣୀ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ବାଲିଗୁଡା  ଏସଡିପିଓ ମାନସ ରଞ୍ଜନ ବାରିକ ଉପସ୍ଥିତ ରହି ତଦାରଖ  କରିଥିଲେ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇଥିଲେ ।  ବ୍ଳଡ ବ୍ୟାଙ୍କ ଅଫିସ୍ ର ଜଗଦୀପ କୁମାର ଘୋଷ ଉପସ୍ଥିତ ରହି ତାଙ୍କର ସହଯୋଗୀ ମାନେ ଲୋକମାନଙ୍କୁ ଠାରୁ ରକ୍ତ ସଂଗ୍ରହ କରିଥିଲେ ।  ବ୍ରାହ୍ମଣିଗାଁ ଅଞ୍ଚଳରୁ ୧୬୦ ଉର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ବ୍ରାହ୍ମଣିଗାଁ ପୋଲିସ୍ ତରଫରୁ ପ୍ରଥମ ଥର ପାଇଁ ରକ୍ତଦାନ ଶିବିର ହୋଇଥିବାରୁ ଯୁବକ ଯୁବତୀ ମାନେ ଉତ୍ସାହର ସହିତ ରକ୍ତ ଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ଫୁଲବାଣୀ ରୁ ଆସିଥିବା ଡକ୍ଟର  ବ୍ରାହ୍ମଣିଗାଁ, ଡକ୍ଟର ପ୍ରମୋଦ କୁମାର ସେଠି ଓ ଫର୍ମାସିଷ୍ଟ ଭଜରାମ  ସେଠି ସହଯୋଗ କରିଥିଲେ । ବ୍ରାହ୍ମଣିଗାଁ ଥାନା ଅଧିକାରୀ ରଂଜିତ କୁମାର ମୁନି, ଏସଆଇ ସଂଗ୍ରାମ କେଶରୀ ଜେନା, ଏଏସଆଇ ବୀରେନ୍ଦ୍ର ପ୍ରଧାନ ରକ୍ତଦାନ ଶିବିର କାର୍ୟ୍ୟକ୍ରମକୁ  ପରିଚାଳନା କରିଥିଲେ । 

Advertisement