Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବାଟବଣା: ଗରିବ ହିତାଧିକାରୀଙ୍କୁ ମିଳୁନି ଚାଉଳ, ତଦନ୍ତ ଦାବି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବାଟବଣା: ଗରିବ ହିତାଧିକାରୀଙ୍କୁ ମିଳୁନି ଚାଉଳ, ତଦନ୍ତ ଦାବି

414
ADVERTISEMENT


ବାଲିଗୁଡା, ୨୭।୫(ସୁରେଶ ପଣ୍ଡା): ସାରା ରାଜ୍ୟରେ ବିଶ୍ୱ ମହାମାରୀ କାୟା ବିସ୍ତାର କରିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଘୋଷଣା କରିଛନ୍ତି । କାମଧନ୍ଦା ବନ୍ଦଥିବାରୁ ଗରିବ ଓ ଶ୍ରମିକ ଶ୍ରେଣୀ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଲକଡାଉନ ବେଳେ କେହି ବି ଯେମିତି ଅନାହାରରେ ନ ରହିବେ ତାକୁ ଆଖିଆଗରେ ରଖି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସମସ୍ତେ ହିତାଧିକାରୀଙ୍କୁ ତିନି ମାସପାଇଁ ମାଗଣାରେ ମୁଣ୍ଡପିଛା ୧୫ କିଲୋଗ୍ରାମ ଚାଉଳ ଓ କାର୍ଡ଼ ପିଛା ୩ କିଲୋଗ୍ରାମ ହରଡ଼ ଡାଲି ଦେବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼କ୍ଷ ଗ୍ରାମ ପଞ୍ଚାୟତରେ ଏହାର ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତର ପ୍ରଦେଶୀ ପ୍ରଧାନ, ବିସିକେଶନ ନାୟକ, ଅଞ୍ଜୁତା ଦଳବେହେରା, ପ୍ରଭାସିନୀ ସାହୁ, ମୀରା ସାହୁ, ମୀତାପାତ୍ର, ଅନୁସୟା ବିନ୍ଧାଣି, ଭଳି ୩୦ରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୧୫ କିଲୋଗ୍ରାମ ଚାଉଳ ବଦଳେ ରାସନ କାର୍ଡ଼ ପିଛା ୧୫ କିଲୋଗ୍ରାମ ଚାଉଳ ଦିଆଯାଇଥିବା ଅଭିଯୋଗ ହେଉଛି । କିଛି ହିତାଧିକାରୀ ଅସନ୍ତୋଷ ପ୍ରକାଶକରି ଚାଉଳ ଫେରାଇ ଦିଆଯାଇଥିବା ଜଣାପଡିଛି । ଏନେଇ ବ୍ଲକପ୍ରଶାସନ ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଫଳ ଶୂନ। ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତରେ ଚାଉଳ ହେରେଫେରେ ଘଟଣା ମନରୁ ନ ଲିଭୁଣୁ ବିଶ୍ୱ ମହାମାରୀ କରୋନାରେ ସମସ୍ତେ ଲଢେଇ କରୁଥିବା ସମୟରେ ଏହିଭଳି ଦୁର୍ନୀତି ଆଞ୍ଚଳବାସୀଙ୍କୁ ବ୍ୟଥିତ କରୁଛି । ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ ସହିତ କାର୍ୟ୍ୟାନୁଷ୍ଠାନ ନେବାକୁ ମିଳିତ ନାଗରିକ କମିଟିର ସଭାପତି ଡ଼ଃ ଅରୂପ କୁମାର ଜେନା ବରିଷ୍ଠ ବିଜେପି ନେତା କମଳା ପାଣ୍ଡେ ଓ ଭ୍ରଷ୍ଟାଚାର ବିରୋଧୀ ମଞ୍ଚର ଆବାହକ ସରୋଜ କୁମାର ପଟ୍ଟନାୟକ ଦାବି କରିଛନ୍ତି ।

Advertisement