ବାଲିଗୁଡା / କୋଟଗଡ, ୨୭।୫(ସୁରେଶ ପଣ୍ଡା): ସାରା ବିଶ୍ୱରେ ମହାମାରୀ କୋରାନା କାୟା ବିସ୍ତାର କରିଛି । ମହାମାରୀ କାରୋନା ଯୁଦ୍ଧରେ ଡ଼କ୍ଟର ସ୍ୱାସ୍ଥ୍ୟକର୍ମୀ ପୋଲିସ ଓ ସାମ୍ବାଦିକ ଆଗଧାଡିର ଯୋଦ୍ଧାଭାବରେ ଜନସାଧାରଣଙ୍କ ସେବାପାଇଁ ଉଭା ହୋଇଛି । ଏହି ଯୋଦ୍ଧାମାନଙ୍କୁ ସମ୍ମାନ ଓ ମନୋବଳ ବୃଦ୍ଧିପାଇଁ ଯୁବ ଶିକ୍ଷକ ତଥା କୋଟଗଡ ଅଞ୍ଚଳର ଜଣାଶୁଣା ସମାଜସେବୀ ବୁଲୁ ମାଲିକ କାରୋନା ଯୋଦ୍ଧାଙ୍କୁ ସ୍ଵମ୍ବର୍ଦ୍ଧନା ଜଣାଉଛନ୍ତି । କୋଟଗଡ ଥାନା ଅଧିକାରୀ ହର୍ମୋନ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ । ସମାଜ ସେବା ବୁଲୁମଲିକ ତାଙ୍କର ଏହି କାର୍ଯ୍ୟଶୈଳୀ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

















